ନବୀନ ଙ୍କ ଆରୋଗ୍ୟ ଓ ସୁସ୍ଥ ଜୀବନ ପାଇଁ ପୂଜାର୍ଚ୍ଚନା କଲେ ପୂର୍ବତନ ବିଧାୟୀକା ଓ ବିଜେଡି କର୍ମୀ ନେତା,

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ, କାମନା କରି ରାଜ୍ୟବ୍ୟାପୀ ବିଜେଡି ନେତା ଓ କର୍ମୀ ମାନେ ନେ ବିଭିନ୍ନ ଦେବ,ଦେବୀ ଙ୍କ ପୀଠରେ ଠାରେ ପୂଜାଅର୍ଚ୍ଚନା କରିଛନ୍ତି |ସେହିକ୍ରମରେଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଳକ ନିକଟ ରାୟପୁର ପଞ୍ଚାୟତ ରେ ଥିବା ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରି ଦେବୀମାଆ ତାରାତାରିଣୀ ନିକଟରେ ଆଜି ବିଜେଡି ଜିଲ୍ଲା ସାମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ ଓ ଯୁବନେତା ନୀଳମଣି ପଣ୍ଡାଙ୍କ ସଂଯୋଜନା ରେ ଏହିପୂଜାର୍ଚନା କାର୍ଯ୍ୟକ୍ରମଆରମ୍ଭ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଆତିଥ୍ୟରେ ଏବଂ ଅନ୍ୟ ବିଜେଡି ନେତା କର୍ମୀ ତଥା ସ୍ୱୟଂ ସହାୟିକା ଗୋଷ୍ଟି ଙ୍କ ଉପସ୍ଥିତି ରେ ଏହି ପୂଜାକାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା | ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନପଟନାୟକ ଙ୍କ ସ୍ବାସ୍ଥ୍ୟ ର ଶୁଭମନାସି ମାଆ ତାରା ତାରିଣୀ ପୀଠରେ ଦୀପ ଦାନ କରା ଯାଇଛି । ବି ଜେଡି ସୁପ୍ରିମୋ ନବୀନପଟ୍ଟନାୟକଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଗତକାଲି ଚିକିତ୍ସା ନିମନ୍ତେ ମୁମ୍ବାଇ ଗସ୍ତ କରିଛନ୍ତି । କିପରି ଶ୍ରୀ ପଟ୍ଟନାୟକ ସୁସ୍ଥ ହୋଇ ଶୀଘ୍ର ଫେରିଆସିବେ, ସେ ନେଇ ବିଜେଡି ଦଳର ଶହ ଶହ କର୍ମୀ ମାନେ । ପୂର୍ବତନ ବିଧାୟକସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ନେତୃତ୍ବରେ ମାଙ୍କ ପୀଠ ରେ ପହଞ୍ଚି ଦୀପ ଦାନ କରିବା ସହ ନବୀନଙ୍କ ନାଁରେ ପୂଜାର୍ଚ୍ଚନା କରିଛନ୍ତି , ପୂର୍ବତନ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କ ସହ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ, ଜିଲ୍ଲା ଉପସଭାପତି ବୁଲୁ ପଣ୍ଡା, ଖଲ୍ଲିକୋଟ ମହିଳା ସଭାପତି ମିତାଲି ମିଶ୍ର, ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ ସାହୁ, ପୁରୁଷୋତ୍ତମପୁର ବ୍ଳକ ଯୁବ ସଭାପତି ନୀଳମଣି ପଣ୍ଡା, 37 ନଂ ଜିଲ୍ଲା ପରିଷଦ ସଦସ୍ୟ ରଂଜିତ ବେହେରା, ଖଲ୍ଲିକୋଟ13 ନଂ ଜିଲ୍ଲା ପରିଷଦ ସଦସ୍ୟବିନାୟକ ଜାଲି, କେଶପୁର ସରପଞ୍ଚ ବିଚିତ୍ର ଜାଲି,ବାବୁଲି ପଣ୍ଡା, ପୁରୁଷୋତ୍ତମପୁର ଆଇନ ଯିଵି ପ୍ରାଭାତ କୁମାର ପଟନାୟକ, ଭବାନୀ କାନ୍ତ ପଣ୍ଡା, ରାଇପୁର ସରପଞ୍ଚ ପ୍ରତିନିଧି ବିଚିତ୍ର କୁମାର ବେହେରା, ସମସ୍ତ ମହିଳା ସଦସ୍ୟ, ନେତା କର୍ମୀ ମାନେ ମାଆଙ୍କ ପୀଠରେ ଦୀପ ଦାନ କରି ନବୀନ ବାବୁସୁସ୍ତ ହୋଉ ଫେରି ଆସନ୍ତୁ ବୋଲି ପାର୍ଥନା କରିଛନ୍ତି | ଯାହାହେଉ ନବୀନ ବାବୁଙ୍କ ପରାଜୟ ପରେ ବି ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ସମସ୍ତେ ତାଙ୍କୁ ଭଲ ପାଉଛନ୍ତି ଏହି କଥାପ୍ରମାଣିତ କରୁଛି ତାଙ୍କ ସୁସ୍ଥ ଜୀବନ ପାଈଁ ପାର୍ଥନା ଘଟଣାରୁ

You might also like
error: Content is protected !!