ବ୍ରହ୍ମପୁର,(ବିଚିତ୍ର ସାହୁ):-
କରାପଲ୍ଲୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ ଶ୍ରୀଯୁକ୍ତ ବିଭୂତିଭୂଷଣ ଶତପଥୀ ମହାଭାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୋଗ ଦିବସ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ବୁଝାଇବା ସହ ଯୋଗ କରିବା ଦ୍ୱାରା ଆମ ଶରୀର, ମନ ଓ ପ୍ରାଣର ବିକାଶ କିପରି ସମ୍ଭବ ହୋଇଥାଏ ତାହା ସ୍ପଷ୍ଟ ଭାବରେ କହିଥିଲେ । ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ମିଶ୍ର ସମସ୍ତ ଶିକ୍ଷାର୍ଥୀଙ୍କୁ ଯୋଗର ମହତ୍ତ୍ଵ ଓ ଗୁରୁତ୍ଵ ବିଷୟରେ ସୂଚନା ପ୍ରଦାନ କରିବା ସହ ଯୋଗ ଓ ପ୍ରାଣାୟାମ କରିଥିଲେ । ପରିଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସିସିଏ ସମନ୍ଵୟକାରୀ ଶ୍ରୀଯୁକ୍ତ କୁନା ବେହେରାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା ।