ଇଣ୍ଡୋର ଷ୍ଟାଡିଏମ ଠାରେ ବିଶ୍ୱ ଯୋଗ ଦିବସ ପାଳିତ |

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଏନ ଏ ସି ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୋବିନ୍ଦ ଡନସେନା ଙ୍କ ସଂଯୋଜନା ରେ ସ୍ଥାନୀୟ ତହସିଲ ଦାର ଶ୍ରୀ ଯୁକ୍ତ ବିନୋଦ ବେହେରା ଙ୍କ ଉପସ୍ଥିତି ରେ ଯୋଗ ଗୁରୁ ଡ଼.ସୁଶାନ୍ତ କୁମାର ସାହୁ ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଯୋଗ କରାଯାଇଥିଲା | ଏହି ମହାନ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ । ଯୋଗ,ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତି ଦାବୀ କରେନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଥିଲା । ଯୋଗ ଶବ୍ଦଟି ସଂସ୍କୃତ ମୂଳ “ଯୁଜ” ରୁ ଆସିଛି, ଯାହାର ଅର୍ଥ “ସଂଯୋଗ କରିବା”, ଯାହା ଶରୀର, ମନ ଏବଂ ଆତ୍ମାର ମିଶ୍ରଣକୁ ଦର୍ଶାଏ। ଏହା ବିଶ୍ୱ ସହିତ ଆଭ୍ୟନ୍ତରୀଣ ସନ୍ତୁଳନତା ଏବଂ ସମନ୍ୱୟ ସହିତ, ମନକୁ ଶାନ୍ତ କରିଥାଏ ଏବଂ ଏହାକୁ ବିଭ୍ରାନ୍ତିରୁ ମୁକ୍ତ କରିଥାଏ। ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ କାଉନସିଲ, ଅଫିସ ଷ୍ଟାଫ,ସହରର ବିଭିନ୍ନ ଅନୁଷ୍ଠାନର ଯୁବଗୋଷ୍ଠି,ବରିଷ୍ଟ ନାଗରିକ ସହିତ ସହରକୁ ନିତିଦିନ ସୁନ୍ଦର ଭାବେ ସଫା ସୁତୁରା କରୁଥିବା ସମସ୍ତ କାର୍ଯ୍ୟରତ କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତେ ବ୍ୟାୟାମ କରି ବହୁତ ଖୁସି ହୋଇଥିଲେ 

You might also like
error: Content is protected !!