ଦୁଷ୍କର୍ମ,୧୦ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଗୋପାଳପୁର ଠାରେ ଏକ ଅଘଟଣା ଘଟିଯାଇଛି l ଜନୈକା ୨୦ ବର୍ଷର ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଘଟିଛି l ଗୋପାଳପୁର ପୋଲିସ ୧୦ଜଣକୁ ଗିରଫ କରିଛି l ମୁଖ୍ୟ ଅଭିଯୁକ୍ତ ପୁରୁଷତ୍ତମପୁର ଥାନା ଅଞ୍ଚଳର ପ୍ରମୋଦ ନାୟକ(୨୩)ପାଟପୁର ଗ୍ରାମର କୁନାଲ ପ୍ରଧାନ(୨୪)ଓ ହିଞ୍ଜିଳି ଥାନା ଅଞ୍ଚଳର ବାବୁରାମ ଦଳାଇ (୧୯) ଓମ୍ ପ୍ରଧାନ(୧୯) ଲକ୍ଷ୍ମଣ ପ୍ରଧାନ(୨୪) ଦୀପକ ତରାଇ(୧୯) ଏବଂ ଅନ୍ୟ ୪ଜଣ ନାବାଳକ ଥିବା ବ୍ରହ୍ମପୁର ଏସପି ଡ ଏସ ବିବେକ ଏମ ଗଣମାଧ୍ୟମକୁ କହିଛନ୍ତି l ଏହି ଘଟଣା ଗତ ରବିବାର ସଂଧ୍ୟାରେ ଘଟିଥିଲା l ଏକ ନୀରବ ଅଞ୍ଚଳରେ ଘଟଣାଟି ଘଟିଥିଲା l ଘଟଣା ସ୍ଥଳେ ୧୦ଜଣ ଅଭିଯୁକ୍ତ ପହଞ୍ଚ୍ଥି ଥିଲେ l ଘଟଣା ପରେ ଅଞ୍ଚକରେ ଚିନ୍ତାର ବିଷୟ ହୋଇପଡିଛି l ଯୁବତୀ ଜଣକ ଜଣେ ପୁରୁଷ ବନ୍ଧୁଙ୍କ ସହ ଏଠାକୁ ଆସିଥିଲେ l ପୋଲିସ ପକ୍ଷରୁ ଆହୁରି ତାନଘନ ଚାଲିଛି l ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ,ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ। ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୋଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


You might also like
error: Content is protected !!