ବୟସ୍କ ନିର୍ଯ୍ୟାତନା ଦିବସ ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ବୟସ୍କ ନିର୍ଯ୍ୟାତନା ଦିବସ ପାଳିତ ହୋଇଯାଇଛି l ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ନିକଟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ ହୋଇଛି l ବରିଷ୍ଠ ନାଗରିକଙ୍କ ଆଇନଗତ ଆବଶ୍ୟକତା ପୂରଣ କରିବା ପାଇଁ ଆଇନଗତ ସହାୟତା ଶିବିର ସହିତ ଏହି’ ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳନ ହୋଇଛି l ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଠାରୁ ଏହି ଦିବସ ଆରମ୍ଭ ହେବା ସହ ପ୍ରତ୍ୟେକ ବର୍ଷ ଜୁନ ୧୫ ତାରିଖରେ ରାଜ୍ୟ ତଥା ପ୍ରତି ଜିଲ୍ଲାରେ ଏହା ପାଳନ କରାଯିବ l ଏହି ଅବସରରେ ବରିଷ୍ଠ ବ୍ୟକ୍ତି ମାନଙ୍କ ସମସ୍ୟା ଏବଂ ସମାଧାନ ଦିଗରେ ଗୁରୁତ୍ୱ ଦେବା ସହ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତି ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପିଏଲଏ-ପିୟୁଏସ ଅଧ୍ୟକ୍ଷା ସୁଭଦର୍ଶୀ ପଟ୍ଟନାୟକ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଟି.କେ ରେଡ୍ଡୀ,ସଦସ୍ୟା ଡ଼ା ମିନାକ୍ଷୀ ଦେବୀ,ରଙ୍ଗେଈଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀନରସିଂହ ପଟ୍ଟନାୟକ,ବଡ଼କୁଶସ୍ଥଳୀ ପିଇଓ ରାଜକିଶୋର ବରଡ଼,ସରପଞ୍ଚ ସୁନୀତା ସେଠି,ସମିତି ସଭ୍ୟା ସୁକାନ୍ତି ସେଠିଙ୍କ ସହ ଉକ୍ତ ଗ୍ରାମର ବହୁ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ

You might also like
error: Content is protected !!