କେ.ଟି.ଏସ ମହାବିଦ୍ୟାଳୟର ଅଧକ୍ଷ ଓ ଅଧ୍ୟ୍ୟପକ ପଦଳୀ ନିମନ୍ତେ ବିଧ୍ୟାର୍ଥୀ ଧାରଣା :ଦାବି ପୂରଣ ପରେ ଆନ୍ଦୋଳନ ରୁ ହଟିଲେ ବିଧ୍ୟାର୍ଥୀ

କୁକୁଡାଖଣ୍ଡି,(ଇ.ରଞ୍ଜନ):-

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟରେ ବିଧ୍ୟାର୍ଥୀ ଓ ଅଧକ୍ଷ ଅଧ୍ୟାପିକା ଙ୍କ ଅନିୟମିତତା କୁ ନେଇ ଛାତ୍ରଛାତ୍ରୀ ମନମାଳିନୀ ଯୋଗୁଁ ମହାବିଦ୍ୟାଳୟର କତୃପକ୍ଷଙ୍କ ବଦଳୀ ନିମନ୍ତେ ଲାଗିରହିଥିବା ଅଶାନ୍ତିର ଆଜି ପୂର୍ଣ୍ଣଛେଦ ପଡିଛି l ଆୟୁର୍ବେଦିକ ମହାବିଦ୍ୟାଳୟର ଅଧକ୍ଷ ବିପିନ ବିହାରୀ ଖୁଣ୍ଟିଆ,ଅଧ୍ୟାପିକା ସ୍ୱପ୍ନା ସ୍ୱୟଂପ୍ରଭା ଏବଂ ଅଧ୍ୟାପକ ସୁବ୍ରତ କୁମାର ଓଝା ଙ୍କ ବିରୋଧ କରି ୩ ଅଧିକାରୀଙ୍କ ବଦଳୀ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପୂର୍ବରୁ ୩ ତାରିଖ ରେ ଦାବି କରି ଦିର୍ଘ ଦିନ ଧରି ଧାରଣା ରେ ବସିରହିଥିବା ବେଳେ ଆଜି ତାହାର ପୂର୍ଣ୍ଣଛେଦ ପଡିଛି l ରାଜ୍ୟ ସରକାରଙ୍କ ପକ୍ଷରୁ ବଦଳୀ ତାଲିକା ବାହାରିବା ପରେ ଛାତ୍ରଛାତ୍ରୀ ସନ୍ତୁଷ୍ଟ ପ୍ରକାଶ କରି ଆନ୍ଦୋଳନ ସ୍ଥଗିତ କରି ବେନେର ବାହାର କରିଛନ୍ତି l ଅଧକ୍ଷ ବିପିନ ବିହାରୀ ଖୁଣ୍ଟିଆ ଏବଂ ଅଧ୍ୟାପିକା ସ୍ୱପ୍ନା ସ୍ୱୟଂ ପ୍ରଭା ଙ୍କୁ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ କୁ ବଦଳୀ ହୋଇଥିବା ବେଳେ ପୁରୀ ରେ କାର୍ଯ୍ୟରତ ଅଧ୍ୟକ୍ଷ ଅରୁଣ କୁମାର ଦାସ ଏବଂ ସୁବ୍ରତ ଜୟସିଂ ଙ୍କୁ ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ମହାବିଦ୍ୟାଳୟ କୁ ବଦଳୀ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ l ବଦଳୀ କୁ ନେଇ ବିଧ୍ୟାର୍ଥୀ ମାନେ ଖୁସିବ୍ୟକ୍ତିଗତ ହୋଇଛନ୍ତି l କଲେଜ କେମ୍ପସ ରେ କିଛି ବିଧ୍ୟାର୍ଥୀ ଙ୍କ ଖୁସିରମହାଲ ଖେଳି ଯାଇଥିବା ବେଳେ ବହୁ ଛାତ୍ରଛାତ୍ରୀ ଦୁଃଖ ପ୍ରକାଶ କରୁଥିବା ସୂଚନା ମିଳିଛି l ଆଜି କୁକୁଡାଖଣ୍ଡି ତହସିଲଦାର ରାଜ କିଶୋର ପଟ୍ଟନାୟକ ଏବଂ ସଦର ଥାନା ଅଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଛାତ୍ରଛାତ୍ରୀ ଙ୍କ ମତାମତ ବୁଝି ଆଗାମୀ ଦିନ ମାନଙ୍କ ରେ କିଭଳି ଛାତ୍ରଛାତ୍ରୀ ଏବଂ କଲେଜ କତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ବଜାୟ ରହିବ ତାହା ଉପରେ ଆଲୋଚନା ସୃଷ୍ଟି କରିଥିଲେ l ଏବଂ ଆଜି ଠୁ ବିଦ୍ୟାର୍ଥୀଙ୍କ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀ କିପରି ଶୃଙ୍ଖଳିତ ଭାବେ ପରୀକ୍ଷା ଦେବେ ତାହା ଉପରେ ଆଲୋକ ପାତ କରିଥିଲେ

You might also like
error: Content is protected !!