ଜିଲ୍ଲାସ୍ତରୀୟ ବିକାଶ ମେଳା ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ

ଆର,ଉଦୟଗିରି(ମନୋଜ ପାଢୀ):-

ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳା, ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାୟାଧର ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା ଓ ପାରଳା ପୌରପରିଷଦ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ହିତାଧିକାରୀଙ୍କୁ ପ୍ରାଞ୍ଜଳ ଭାବରେ ସଚେତନତା କରେଇଥିଲେ । ପରେ ପରେ ଚାଷୀ ଭାଇ ଭଉଣୀମାନଙ୍କୁ ବିଭାଗ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର ଚତୁର୍ଥ ସନ୍ଧ୍ୟାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀ ଶଙ୍କର କେରକେଟା,ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରୀମେନ୍ ଖର୍ସେଲ,ନୂଆଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋକନାଥ ଶବର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ। ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଭିନିଷା କୁଚିପୁଡ଼ି ଏକାଡେମୀ, ଗୁମ୍ମା ଲାଞ୍ଜିଆ ସୌରା, ମୟୂରଭଞ୍ଜ ନୃତ୍ୟ ଦଳ ,ଆପନ୍ନା ପରିଚ୍ଛା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉତ୍କଳ ବାଳଶ୍ରମ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି ସିଓ ଓରମାସ୍ ଶ୍ରୀ ସୁଭଳ ଜେନାମଣି, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀ ଟିମନ ବାରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀ ଭେଙ୍କଟ ରାଓ ଆଚାରୀ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ

You might also like
error: Content is protected !!