ଯୁବ ସମାଜ ନିଶା କବଳରେ କବଳିତ

ଆର,ଉଦୟଗିରି(ମନୋଜ ପାଢୀ):-

ନିଶା ର ବ୍ୟବହାର ବହୁ ପୁରାତନ। ହେଲେ ତାହା ଔଷଧୀୟ ଭାବେ ସେବନ କରାଯାଉଥିଲା। ମାତ୍ର ବର୍ତମାନ ନିଶା ଖାଇ ଯୁବ ସମାଜ ଅବାଟରେ। ନିଶା କୁ ସେ ଖାଉନାହାନ୍ତି ନିଶା ତାଙ୍କୁ ଖାଇସାରିଲାଣି ବୋଲି ଏଭଳି ମତ ସାଧାରଣ ରେ ମଧ୍ୟ ଚର୍ଚ୍ଚା ହେଉଛି। ବର୍ତମାନ ସବୁ ଅଞ୍ଚଳରେ ଚୋରା ମଦ ଓ ଗଂଜେଇ ଆଦି ବେପାର ଜୋର ସୋରରେ ଚାଲିଛି ବୋଲି ଶୁଣାଯାଉଛି। ନିଶା ଯୋଗୁଁ ଅନେକ କ୍ରାଇମ ମଧ୍ୟ ବଢ଼ି ଚାଲିଛି। ଦେଶୀ ମଦ ର ବ୍ୟବହାର ଗାଁ ଗହଳି ରେ ବଢ଼ି ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଆଖି ଦୃଷ୍ଟିଆ ପଦକ୍ଷେପ ହେଉନଥିବା ଜଣାପଡୁଛି। ବିଭାଗର ଜାଣତ ରେ ଏ ସବୁ ବେପାର ହେଉଛି ବୋଲି ଜନସାଧାରଣ ରେ ଆଲୋଚନା ହେଉଅଛି। ଦେଖାଯାଉ କେବେ ନିଶା ମୁକ୍ତ ଆ,ଉଦୟଗିରି, ମୋହନା ଓ ନୁଆଗଡ ବ୍ଲକ ଅଞ୍ଚଳରେ 

ହେବ ତାହା ଦେଖିବାକୁ ବାକି ରହିଲା। ତେବେ ବିଭାଗୀୟ ଉପରିସ୍ଥ ଅଧିକାରୀ ଙ୍କ ଏହାର ସଠିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଜନସାଧାରଣ ରେ ଆଲୋଚନା ହେଉଛି

You might also like
error: Content is protected !!