ମୋଟାବାଡି ଠାରୁ ଖମାରପଲ୍ଲି ରାସ୍ତା ଅତି ଶୋଚନୀୟ, ପ୍ରତିକାର ଦାବୀ 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):

ଗମନାଗମନର  ସୁବିଧା ପାଇଁ ଗ୍ରାମାଞ୍ଚଳରେ ରାସ୍ତା ସହ ସେତୁ ନିର୍ମାଣ କରାଯାଇଥାଏ ହେଲେ “ସରକାର୍ କା ମାଲ୍ ଦରିଆ ମେ଼ ଡାଲ୍” ନୀତି ରେ କେଉଁଠି ପ୍ରଶାସନ ତ’ ଆଉ କେଉଁଠି ଠିକା ସଂସ୍ଥା ର ମନ ମୁଖି ନୀତି ପାଇଁ ରାସ୍ତା କାମ ନ ସାରି ଅଧାପନ୍ତରିଆ ହୋଇ ପଡି ରହୁଛି, ଯାହାଫଳରେ ଲୋକଙ୍କୁ ଡହଗଞ୍ଜ ହେବାକୁ ପଡିଥାଏ, ଠିକ୍ ସେଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମ ଠାରୁ ଖମରପଲ୍ଲୀ ରାସ୍ତା ସହିତ ଜଡ଼ିତ ଥିବା ଲୋକମାନେ, ଏହି ରାସ୍ତା ଟି ମୋଟାବାଡି ଗ୍ରାମ ଠାରୁ ଖମାରପଲ୍ଲି ୩ କି.ମି ଅତ୍ୟନ୍ତ ଦୟନୀୟ ଅବସ୍ଥା ରେ ପଡ଼ିରହିଛି, ସାମାନ୍ୟ ବର୍ଷା ହେଲେ ଅନେକ ସ୍ଥାନରେ ଖାଲ ଖମା ସୃଷ୍ଟି  ଯୋଗୁଁ ପାଣି ଜମି ରହୁଥିବାରୁ ଲୋକମାନଙ୍କ ଯାତାୟତରେ ଘୋର ଅସୁବିଧା ହେଇଛି, ସୂଚନା ପ୍ରକାରେ ପୂର୍ବ ସରକାର ଅମଳରେ କୌଣସି ଏକ ଠିକା ସଂସ୍ଥା କୁ ଏହି ରାସ୍ତା କାମ ଦିଆଯାଇଥିଲା, ଉକ୍ତ ଠିକାଦାର ମୋଟାବାଡି ଠାରୁ ୩ କି.ମି ଦୂରରେ ସୂଚନା ଫଳକ ଲଗାଇ ରାସ୍ତାର ଦୁଇ ପାର୍ଶ୍ୱ ରେ ଥିବା ଲତା ବୁଦା ସଫା କରି ଦୁଇ ପାର୍ଶ୍ୱ କୁ ସମନ୍ୟ ମାଟି ପକାଇ ଚଉଡ଼ା କରି ଛାଡ଼ି ଦେଇଛନ୍ତି, ମୋଟାବାଡି ଠାରୁ ବି.ଡି.ପୁର ରାସ୍ତାଟି ଏହି ଅଞ୍ଚଳବାସିନ୍ଦାଙ୍କ ପାଇଁ  ଏକ ମୁଖ୍ୟ ରାସ୍ତା ହୋଇଥିବା ଯୋଗୁଁ  ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ଆଖ ପାଖ ଅଞ୍ଚଳରୁ ବହୁ ଛାତ୍ର ଛାତ୍ରୀ ବି.ଡିପୁର କଲେଜରେ ଅଧ୍ୟୟନ ପାଇଁ ଯାଇଥାନ୍ତି , ଯାହାଫଳରେ ବର୍ଷା ଦିନେ ଖାଲ ଖମାରେ ପାଣି ଜମି ରହିଥିବାରୁ ଦୁର୍ଘଟଣାକୁ ଏଡାଇ ଦିଆ ନ ଯାଇପାରେ, ବହୁବାର ଏହି ଅଞ୍ଚଳର ଲୋକେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କୁ ଅବଗତ କରାଇବା ସହ ବିଭିନ୍ନ ଖବର କାଗଜରେ ଏହି ରାସ୍ତାର ଅବସ୍ଥା ପ୍ରସାରଣ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ,ଦେଖାଯାଉ ଏହି ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀଙ୍କ ନଜର କେବେ ପଡୁଚି ? ଏଣୁ ରାସ୍ତାର ମରାମତି ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଇଛି !

You might also like
error: Content is protected !!