ଖୋର୍ଦ୍ଧା,(ସଞ୍ଜୀବ କୁମାର):-
୧. ପୂଜା କରୁଥିବା ବ୍ୟକ୍ତି ଛଡା ଅନ୍ୟ କେହି ମହାପ୍ରଭୁଙ୍କ ଦର୍ଶନ କରିବେ ନାହିଁ।
୨. ଯଦି ମହାପ୍ରଭୁଙ୍କ ବିଗ୍ରହ ଥାଏ ତାଙ୍କୁ
ଅଣସର ଗୃହରେ ରଖିବା ଓ ଯଦି
ଫଟୋ ଥାଏ ଏହାକୁ ସ୍ଵଛ ଶ୍ୱେତ
କପଡା ରେ ଘୋଡାଇ ଦେବେ।
୩. ଅଣସର ଗୃହକୁ ଚାରିପଟେ କପଡ଼ା ରେ ଢାଙ୍କି ଦେବା ଯେପରି ବାହାର ଆଲୁଅ ଭିତରେ ପ୍ରବେଶ କରିପାରିବ ନାହିଁ। ଅଣସର ଘରେ ବିଦ୍ୟୁତ ଚାଳିତ ବଲ ଲଗାଇବେ ନାହିଁ। ରାଶି ତେଲ ର ଏକ ଦୀପ ଅଣସର ଘରେ ଜଳାଇବେ।
୪. ବିଗ୍ରହଙ୍କୁ କିଛି ହାଲୁକା ବସ୍ତ୍ର ଘୋଡାଇ
ଦେବେ। ସ୍ୱଳ୍ପ ଧଳାଫୁଲ ମହାପ୍ରଭୁଙ୍କୁ
ଅର୍ପଣ କରିବେ। ମହାପ୍ରଭୁଙ୍କୁ ପାଚିଲା
ଫଳର ଚକଟା ଭୋଗ ଲଗାଇବେ।
ମହାପ୍ରଭୁଙ୍କୁ ଏବଂ ଭୋଗରେ ତୁଳସୀ
ଅର୍ପଣ କରିବେ ନାହିଁ।
୫. ଭୋଗ ନୈବେଦ୍ୟ ସମୟରେ ଘଣ୍ଟିର ବ୍ୟବହାର କରିବେ ନାହିଁ।
୬. ପ୍ରତିଦିନ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଶ୍ରଦ୍ଧା ରେ ଘଷି ଦେବେ।
୭.ମହାପ୍ରଭୁଙ୍କ ସ୍ନାନ କରିବେ ନାହିଁ। ଓ କୌଣସି ମନ୍ତ୍ର କହିବେ ନାହିଁ। ଅଣସର ଗୃହ
ପାଖରେ ବଡ଼ପାଟିରେ କଥାହେବେ ନାହିଁ