ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ, ଜଟଣୀ ପୌରଞ୍ଚଳରେ ଭାଜପା ପକ୍ଷରୁ କେନ୍ଦ୍ରରେ ଭାଜପା ସରକାରଙ୍କ ୧୧ ଏବଂ ରାଜ୍ୟରେ ଶାସନର ୧ ବର୍ଷର ଅନେକ ଉପଲବ୍ଧି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି।ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ବିଶ୍ଵରଂଜନ ବଡ଼ଜେନାଙ୍କ ସଭାପତିତ୍ୱରେ ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି ସଭାର ଆୟୋଜନ କରାଯାଇଥିଲା। ଏହି ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ସମବାୟ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇଥିଲେ. ସେବା, ସୁଶାସନ ଏବଂ ଗରିବ କଲ୍ୟାଣରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରରେ ୧୧ଏବଂ ରାଜ୍ୟରେ ୧ ବର୍ଷ ପୂର୍ତ୍ତି କରିଥିବା ଅବସରରେ ସରକାରଙ୍କ ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନା ଓ ଉପଲବ୍ଧି ବିଷୟରେ ଉପସ୍ଥିତ ଜନସାଧାରଣ, କର୍ମୀ ଏବଂ ନେତାଙ୍କୁ କହିବା ସହିତ ଭାଜପା ସରକାର ଲୋକଙ୍କ ସରକାର ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଆମ ସରକାର ଲୋକଙ୍କ ନିକଟକୁ ଯାଇ ସମସ୍ତ ସୁବିଧା ସୁଯୋଗ ସାଧାରଣ ଜନତାଙ୍କୁ ଯୋଗାଇ ଆସୁଛି। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଵୟୋବନ୍ଦନା ଯୋଜନାରେ ସ୍ଥାନୀୟ ବରିଷ୍ଠ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ।ସଭା କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ବିକାଶନଗରସ୍ଥ ଉଦ୍ୟାନରେ ସବୁଜ ବଳୟ ସୃଷ୍ଟି କରିବା ଉଦେଶ୍ୟରେ ବୃକ୍ଷ ଚାରା ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ରାଜ୍ୟ ଭାଜପା ପ୍ରବକ୍ତା ସୁଦୀପ୍ତ ରାୟ, ରାଜ୍ୟ ମହିଳା ମୋର୍ଚା ସଭାନେତ୍ରୀ ରଶ୍ମିମୟୀ ପଟନାୟକ, ପ୍ରକାଶ ବିଜୁଳି, ଦୁଷ୍ମନ୍ତ ହରିଚନ୍ଦନ, ପ୍ରବୀଣା ଭଞ୍ଜଦେଓ, ନିକୁଞ୍ଜ ପଟନାୟକ, ରୋଜିନାରାଣୀ ଦାସ, ପରେଶ ପଟନାୟକ, ପ୍ରଭାସ କୁମାର ମହାକୁଡ଼,ରଶ୍ମି ମହାପାତ୍ର, ଅଜୟ ମିଶ୍ର, ପ୍ରଶାନ୍ତ ପ୍ରଧାନ, ପ୍ରଦୀପ ଜେନା, ତିରୁପତି ଶତପଥି, ରବି ବେହେରା, ନାଗଭୂଷଣ ରାୟଙ୍କ ସହିତ ବହୁ ଜିଲ୍ଲା ଏବଂ ମଣ୍ଡଳ ସ୍ତରୀୟ ନେତା ଏବଂ କର୍ମୀଙ୍କ ସହ ମହିଳା ଗୋଷ୍ଠି ଯୋଗ ଦେଇଥିଲେ