ଏୟାର ଇଣ୍ଡିଆର B-୭୮୭ ଡ୍ରିମଲାଇନର ବିମାନ ଗୁଜୁରାଟର ଅହମ୍ମଦାବାଦରେ ଦୁର୍ଘଟଣା ଘଟିଛି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୁରୁବାର ଏୟାର ଇଣ୍ଡିଆର B-୭୮୭ ଡ୍ରିମଲାଇନର ବିମାନ, ଯାହା AI-୧୭୧ ଫ୍ଲାଇଟ ଯୋଗେ ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ଯାତ୍ରା କରୁଥିଲା, ମେଘନାନୀ ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିଜେ ମେଡିକାଲ କଲେଜ ମେଘନାନୀ ନଗର ଅଞ୍ଚଳରେ ଅବସ୍ଥିତ। ଏହି ବିମାନ ଉଡ଼ାଣ ଭରିବାର ୫ ମିନିଟ ପରେ ଏହି ମେଡିକାଲ କଲେଜର ହଷ୍ଟେଲ କୋଠା ଉପରେ ଖସିପଡ଼ିଥିଲା। ହଷ୍ଟେଲ ଉପରେ ଏକ କ୍ୟାଣ୍ଟିନ ଅଛି, ଯେଉଁଠାରେ ଅପରାହ୍ନରେ ଡାକ୍ତରୀ ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରିବାକୁ ଆସନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ଛାତ୍ରଙ୍କ ମୃତ୍ୟୁ ହେବାର ସମ୍ଭାବନା ଥିବା କୁହାଯାଉଛି। ହେଲେ ଏନେଇ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ

Smart Computer Ad
You might also like
error: Content is protected !!