ନୟାଗଡ(ପ୍ରଭାକର ଶିରୋମଣି):-
ଖଣ୍ଡପଡା ବ୍ଳକ ଅଧୀନରେ ଥିବା ପବିତ୍ର ଶ୍ରୀ ନୀଳମାଧଵ କ୍ଷେତ୍ର କଣ୍ଟିଲୋ କଂସାରୀ ସାହି ପାଟଣା ବାପୁଜୀ ନଗର ରେ ଅବସ୍ଥିତ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପରିସରରେ ନାଟ୍ୟ ସମିତି ଆନୁକୂଲ୍ୟରେ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ରାମଲୀଳା ନାଟକ ଗତ କାଲି ବୁଧବାର ବିଳମ୍ବିତ ରାତିରେ ଉଦଯାପିତ ହୋଇ ଯାଇଛି l ଏହି ଅବସରରେ କଳାକାର ମାନଙ୍କ ଦ୍ୱାରା କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ ଓ ରାବଣ ନିଧନ ପରେ ଶ୍ରୀ ରାମଙ୍କର ଅଭିଷେକ ଉତ୍ସବ ଆତସବାଜି ଓ ବାଣ ରୋଶଣୀ ମଧ୍ୟରେ ଉଦଯାପିତ ହୋଇଥିଲା l ଏହି ଉଚ୍ଚ କୋଟିର ନାଟକ ପରିବେଷଣ ରେ ଶ୍ରୀ ରାମ ଭୂମିକାରେ ସୁରଜ କୁମାର ସାହୁ, ସୀତା ଭୂମିକାରେ ଭାଗ ନେଇଥିବା କଳାକାର ଅଂଶୁମାନ ସାହୁ, ଲକ୍ଷ୍ମଣ ଭୂମିକାରେ ଅସୀତ କୁମାର ସାହୁ, କୁମ୍ଭକର୍ଣ୍ଣ ଭୂମିକାରେ ସୁରେଶ କୁମାର ଗୁରୁ, ରାବଣ ଭୂମିକାରେ ଅଭିମନ୍ୟୁ ସାହୁ, ଇନ୍ଦ୍ରଜିତ ଭୂମିକାରେ ତାପସ କୁମାର ସାହୁ, ହନୁମାନ ଭୂମିକାରେ ସୁବ୍ରତ କୁମାର ସାହୁ ଓ ବିଭୀଷଣ ଭୂମିକାରେ ଟୁଲିଆ ସାହୁ ଅଂଶ ଗ୍ରହଣ କରି ହଜାର ହଜାର ଦର୍ଶକଙ୍କ ମନରେ ଭକ୍ତିର ଭାବଧାରା ଉଜ୍ଜୀବିତ କରିଥିଲେ l ପ୍ରଭୁ ଶ୍ରୀରାମ ଲଙ୍କାର ରାଜା ରାବଣକୁ ବଧ କରିବା ପରେ ବିଭିନ୍ନ ବାଣ ରୋଷଣୀ ଫୁଟା ଯିବା ପରେ ପରେ ଏଠାରେ ଏକ ଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା ଓ ଶେଷରେ ରାମା ଭିଷେକ କରାଯାଇ ସର୍ବ ସାଧାରଣ ଙ୍କ ଦର୍ଶନ ପରେ ନାଟ୍ୟ ଉତ୍ସବ ଉଦଯାପିତ ହୋଇଥିଲା ଓ ଏଥିରେ ସମସ୍ତ ସାହି ବାସିନ୍ଦା ସହଯୋଗ କରିଥିବାରୁ ନାଟ୍ୟ ସମିତି ସଭାପତି ପ୍ରସନ୍ନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ