ନୟାଗଡ(ପ୍ରଭାକର ଶିରୋମଣି):-
ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ରେ ଥିବା ପୁରାତନ ସେତୁ ଗୁଡିକର ସ୍ଥିତା ବସ୍ଥା ସମ୍ପର୍କ ରେ ଅନୁଧ୍ୟାନ କରିବା ପାଇଁ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ଉପସ୍ଥିତି ରେ ବୁଧବାର ପୁରାତନ ସେତୁ ଗୁଡିକର ସମୀକ୍ଷା କରାଯାଇଥିଲା l ଏହି ଅବସରରେ ନୂଆ ଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ରୋଡ଼ ପ୍ରତିଷ୍ଠାନ ମୁଖ୍ୟ ବିଶେଷଜ୍ଞ ଇଂ ସୁଧାଂଶୁ ଭଗତ ଙ୍କ ତତ୍ୱାବଧାନ ରେ କଣ୍ଟିଲୋ – ବାଘମାରି ରାଜ୍ୟ ରାଜପଥରେ ଥିବା କମେଇଁ ସେତୁ, କଣ୍ଟିଲୋ ଓ ଖଣ୍ଡପଡା ମଧ୍ୟରେ ଥିବା ବେଣାଗାଡ଼ିଆ ସେତୁ ଓ ଖଣ୍ଡପଡା – ଫତେଗଡ଼ ମଧ୍ୟରେ ଥିବା କୁସୁମୀ ସେତୁର ବର୍ତ୍ତମାନର ସ୍ଥିତାବସ୍ଥା ସମୀକ୍ଷା କରିଥିଲେ l ସମୀକ୍ଷା ସମୟରେ ନୟାଗଡ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସଂଜୀବ କୁମାର ବେହେରା, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଧାଶ୍ୟାମ କାଲୋ ଓ ସହକାରୀ ଯନ୍ତ୍ରୀ ଇଂ ପ୍ରାଣକୃଷ୍ଣ ମହାପାତ୍ର, କଣ୍ଟିଲୋ ନାଗରିକ ମଞ୍ଚ ସଭାପତି ଅଖିଳ କୁମାର ମହାରଣା ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ନୂଆଦିଲ୍ଲୀ ରୁ ଆସିଥିବା ଯନ୍ତ୍ରୀ ମାନଙ୍କୁ ସହଯୋଗ କରି ଆବଶ୍ୟକ ମରାମତି କରିବା ସଙ୍ଗେ ସଙ୍ଗେ ନୂତନ ସେତୁ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ସ୍ବାଇଁଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି l
ଉଲ୍ଲେଖ ଯୋଗ୍ୟ ଯେ, ଖଣ୍ଡପଡା
ନିର୍ବାଚନ ମଣ୍ଡଳୀ ରେ ଥିବା ଏହି ସେତୁ ଗୁଡିକ ବହୁ ପୁରୁଣା ହୋଇଥିବାରୁ ସେଗୁଡିକୁ ଦୀର୍ଘ ସ୍ଥାୟୀ କରିବା ପାଇଁ ଖଣ୍ଡପଡା ବିଧାୟକ ଶ୍ରୀ ସ୍ୱାଇଁ କଣ୍ଟିଲୋ ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳାରେ ସୂଚନା ଦେଇଥିଲେ