ମଟର ଚାଳିତ ଟ୍ରଲି ରିକ୍ସା ଧକ୍କାରେ ୨ ବାଇକ୍ ଆରୋହୀ ଆହତ 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):

ବୁଗୁଡ଼ା ବ୍ଲକ୍ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗାଁ ଗୁଡ଼ିସାହି ରାସ୍ତାରେ ମଟର ଚାଳିତ ଏକ ଟ୍ରଲି ରିକ୍ସା ଧକ୍କାରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ଆହତ ଦୁଇ ବାଇକ୍ ଆରୋହୀ ହେଲେ ପାଙ୍ଗିଡି ଗ୍ରାମର ଶଙ୍କର ସ୍ୱାଇଁ(୩୫) ଓ ଗୋଲାବଞ୍ଜର ଗାଁ ର ଶଙ୍କର ପାତ୍ର(୪୨)। ଦୁଇଜଣ ମିଶି ବାଇକ୍ ରେ ଗୋଳାବନ୍ଧ ଗ୍ରାମକୁ କୌଣସି କାମରେ ଯାଉଥିଲେ ସାମନା ପଟୁ କେଶବ ସାହୁ ଦୃତ ଗତିରେ ମଟର ଚାଳିତ ଟ୍ରଲି ରିକ୍ସା ଚଳାଇ ଏକ ହାଇୱାକୁ ଓଭରଟେକ୍ କରି ଆସୁଥିବା ବେଳେ ପ୍ରଥମେ ବିଦ୍ୟୁତ୍ ବିଭାଗର ଗାଡ଼ି(ନଂ – ଓଡି ୦୭ ଏଏ ୯୭୦୧) ସହ ଧକ୍କା ହୋଇ ବାଇକ୍ କୁ ଧକ୍କା ଦେଇଥିଲା।ନିଶାସକ୍ତ ଟ୍ରଲି ରିକ୍ସା ଚାଳକ ଜଣକ କୌଶଳରେ ଡିଆଁ ମାରିଥିବା ବେଳେ ବାଇକ୍ ଆରୋହୀ ଦ୍ବୟ ଫୋପାଡ଼ି ହୋଇ ହୋଇ ରାସ୍ତାକଡସ୍ଥ ଲଟାବୁଦାରେ ପଡ଼ିଥିଲେ। ଦୁର୍ଘଟଣାରେ ଶଙ୍କର ପାତ୍ରଙ୍କ ପୂର୍ବରୁ ରଡ୍ ପଡ଼ିଥିବା ଡାହାଣ ପାଦ କୁ ଆଘାତ ଲାଗିଥିଲା।ଉଭୟ ଆହତଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡ଼ିକାଲକୁ ଅଣାଯାଇଥିଲା। ଦୁର୍ଘଟଣାରେ ବିଦ୍ୟୁତ୍ ବିଭାଗ ଗାଡ଼ିର ପଛପଟ ଇଣ୍ଡିକେଟର ଲାଇଟ୍ ଭାଙ୍ଗି ଯାଇଥିବା ବେଳେ ବାଇକଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ସୂଚନା ଯୋଗ୍ୟ ଯେ ,ସମ୍ପ୍ରତି ବୁଗୁଡ଼ା ଅଞ୍ଚଳରେ ଏହି ମଟର ଗାଡି ଇଞ୍ଜିନ ସଂଯୁକ୍ତ ଟ୍ରଲି ରିକ୍ସା ଗୁଡ଼ିକର ରାସ୍ତାରେ ଦୃତଗତିରେ ଯାତାୟତ ଅନେକ ଦୁର୍ଘଟଣାର କାରଣ ପାଲଟିଥିବା ବେଳେ ଲୋକେ ଏହାକୁ ବିପଦ ମଣୁଛନ୍ତି।ତେଣୁ,ସ୍ଥାନୀୟ ପୋଲିସ ଏହି ଦିଗରେ ଦୃଷ୍ଟି ଦେଇ ଏହି ମଟର ଚାଳିତ ଟ୍ରଲି ରିକ୍ସା ଗୁଡ଼ିକର କ୍ଷୀପ୍ରଗତିକୁ ଲଗାମ ଦେବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି

You might also like
error: Content is protected !!