ଗଞ୍ଜାମରେ ଚୋରା ମଦ ବିକ୍ରି ବୃଦ୍ଧି 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ);

ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ ଚୋରା ମଦ ବିକ୍ରୀ ବୃଦ୍ଧି ପାଉଥିବାବେଳେ, ସରକାରୀ ମଦ ଦୋକାନରେ ମଧ୍ୟ୍ୟ ବିକ୍ରୀ ହେଉଛି ନକଲି ମଦ,ଅସଲି ବୋତଲ ଭିତରେ ବିକ୍ରୀ ହେଉଛି ନକଲି ମଦ, ଗୋଟିଏ କମ୍ପାନୀ ର ବୋତଲ ଉପରେ ଲାଗିଛି ଅନ୍ୟ କମ୍ପାନୀର ଠିପି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ବିଦେଶୀ ମଦ ଦୋକାନରେ। ସୂଚନା ଅନୁସାରେ କିଛି ଗ୍ରାହକ ଏହି ଦୋକାନରୁ ଆଇକନିକ ହୁସ୍କି କିଣିଲାପରେ ଦେଖିଥିଲେ ସେଥିରେ ବି ସେଭେନ ହୁସ୍କି ର ଠିପି ଲାଗିଛି ଏବଂ ଭିତରେ କିଛି କାଠି ଭାସୁଥିବା ନଜର କୁ ଆସିଥିଲା । ଏନେଇ ଗ୍ରାହକ ଦୋକାନୀକୁ କହିବାପରେ ଦୋକାନୀ ଜଣଙ୍କ ଆଉ ଗୋଟେ ବଦଳାଇ ନେଇଯାଅ,ଏହି ଖବର ଶୁଣି କିଛି ଲୋକ ସେଠାରେ ରୁଣ୍ଡ ହୋଇ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବୁଗୁଡ଼ା ପୋଲିସ, ବୁଗୁଡ଼ା ଅବକାରୀ ବିଭାଗ ଓ ଭଞ୍ଜନଗର ଅବକାରୀ ଥାନା ଇନିସ୍ପେକ୍ଟର ଡମ୍ବରୁଧର ହରିଜନ ସେଠାରେ ପହଞ୍ଚି ତଦନ୍ତ କରିବା ସହିତ ସିସିଟିଭି ଏବଂ ଦୋକାନ ଯାଞ୍ଚ କରି ପରୀକ୍ଷା ପାଇଁ କିଛି ସାମ୍ପୁଲ ସଂଗ୍ରହ କରଛନ୍ତି।ଏପରିକି ଦୋକାନରେ ରେଟ ଚାର୍ଟ ଏବଂ ଲାଇସେନ୍ସ ନଥିବାବେଳେ ପ୍ରିଣ୍ଟ ରେଟ ଠାରୁ ଅଧିକ ରେଟରେ ମଦ ବିକ୍ରୀ ହେଉଥିଲା ଅଭିଯୋଗ କଲେ ଗ୍ରାହକଙ୍କୁ ଖରାପ ବ୍ୟବହାର ଦେଖାଉଥିବା ଏହି ଅଭିଯୋଗ ପାଇ ଅବକାରୀ ବିଭାଗ ସମ୍ପୃକ୍ତ ଦୋକାନୀକୁ ତାଗିଦ କରିବାସହ ଆଗାମୀ ଦିନରେ ଏହିଭଳି ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ମଦ ଦୋକାନକୁ ସିଲ କରିଦିଆଯିବ ବୋଲି କହିଛନ୍ତି।

You might also like
error: Content is protected !!