କଣ୍ଟିଲୋ ରେ ବିଜେପି ର ଜିଲ୍ଳା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

 

ନୟାଗଡ,(ପ୍ରଭାକର ଶିରୋମଣି):-  

ଭାରତୀୟ ଜନତା ପାର୍ଟି ର ନୟାଗଡ ଜିଲ୍ଲା ସ୍ତରୀୟ ଏକ କର୍ମଶାଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ସ୍ଥିତ କଂସା ପିତ୍ତଳ ସୁବିଧା କେନ୍ଦ୍ର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି l 

          ଆୟୋଜିତ ଏହି କର୍ମଶାଳା ରେ ଖଣ୍ଡପଡା ନିବାଚନ ମଣ୍ଡଳୀର ମଣ୍ଡଳ ସ୍ତରୀୟ ସଭାପତି ମାନ ଙ୍କ ସହିତ ଶତାଧିକ କର୍ମକର୍ତ୍ତା ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l 

         ବିଶେଷତଃ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି କ୍ରମେ ବିଜେପି  କେନ୍ଦ୍ର ରେ ୧୧ ଵର୍ଷ ଓ  ରାଜ୍ୟରେ ମାତ୍ର ୧ ଵର୍ଷ ଶାସନ ର ଅଗ୍ରଗତିର ସମୀକ୍ଷା କରାଯିବା ପାଇଁ ଅତିଥି ଓ ଦଳୀୟ କର୍ମୀ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l. ଏହି କର୍ମଶାଳା ରେ ବିଭିନ୍ନ ଅଞ୍ଚଳରୁ ଆସି ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ l ଆୟୋଜିତ ଏହି କର୍ମଶାଳା ରେ ନୟାଗଡ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା ଅଧ୍ୟକ୍ଷତା କରିଥିଲା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭା ନେତ୍ରୀ ସ୍ମୃତି ପଟ୍ଟନାୟକ  ମୁଖ୍ୟ ଅତିଥି ଭାବେ  ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ନୟାଗଡ ବିଧାନ ସଭା ପ୍ରାର୍ଥୀନୀ  ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ,ଖଣ୍ଡପଡା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, କଣ୍ଟିଲୋ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା, ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ ପ୍ରମୁଖ ଯୋଗଦାନ କରି ଗାଁ ର ବିକାଶ ହେଲେ ଓଡିଶା ର ବିକାଶ ହୋଇପାରିବ ବୋଲି ବକ୍ତବ୍ୟ ରଖି ବିଗତ ୧୧ ଵର୍ଷ ମଧ୍ୟରେ କେନ୍ଦ୍ରରେ ଚାଲି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିଜେପିର ଶାସନ ଓ ୧ ବର୍ଷ ଓଡିଶା ରେ ଚାଲିଥିବା ମୋହନ ଚରଣ ମାଝୀ ର ଅଗ୍ରଗତି ସମ୍ପର୍କରେ  ସମୀକ୍ଷା କରାଯାଇ ଡବଲ ଇଂଜିନ ସରକାର ଆଗାମୀ ଦିନରେ ଜନସାଧାରଙ୍କ ଆହୁରି ନିକଟ ତର ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା l ଏହା ସହିତ କେନ୍ଦ୍ର ସରକାର ଜନସାଧାରଣ ଙ୍କ ପାଇଁ ପ୍ରଣୟନ କରିଥିବା ଆୟୁଷ୍ମାନ ଵୟୋ ବନ୍

You might also like
error: Content is protected !!