ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟ ର ତିନିଜଣିଆ ଟିମ ମୋହନା ସ୍ଥିତ ମିଶନ ଶକ୍ତି ମହିଳା ଙ୍କ ସହ ଆଲୋଚନା

ଆର,ଉଦୟଗିରି,(ମନୋଜ ପାଢୀ):-

ଦକ୍ଷିଣ ଓଡିଶା ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟ ର ଏକ ୩ ଜଣିଆ ଟିମ୍ ମୋହନାସ୍ଥିତ ମିଶନଶକ୍ତି ର ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି | ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ତାହା ପଚାରି ବୁଝିଥିଲେ। ମୋହନା ରେ ଥିବା ତିନୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠି ଙ୍କ ସହ ଆଲୋଚନା କରିଥିଲେ। ଯେପରିକି ସରକାର ଙ୍କ ସମସ୍ତ ପ୍ରକାର ସୁବିଧା ମିଶନଶକ୍ତି ମହିଳା ଙ୍କ ନିକଟରେ ପହଞ୍ଚିବ ତାହା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ପରେ ନିବେଦିତା ସ୍ୱୟଂ ସହାୟକ ଗୋଷ୍ଠି ଫିନାଇଲ, କମ୍ଫର୍ଟ, ଟାଇଲେଟ କ୍ଲିନର, ବିଭିର୍ନ ପ୍ରକାର ସାବୁନ ପ୍ରସ୍ତୁତ କରୁଛନ୍ତି ତାହା ପଚାରି ବୁଝିବା ସହ କିପରି ବଜାର ରେ ବିକ୍ରୀ କରିହେବ ତାହା ଆଲୋଚନା କରିଥିଲେ। ସ୍ୱୟଂ ସହାୟକ ମହିଳାମାନଙ୍କୁ ଉତ୍ସାହିତ କରିବାପାଇଁ ରାଜସ୍ବ କାର୍ଯ୍ୟାଳୟ ର କର୍ମଚାରୀମାନେ ସ୍ୱୟଂ ସହାୟକ ବିକ୍ରି କରୁଥିବା କିଛି ସାମଗ୍ରୀ କିଣି ନେଇଥିଲେ। ଏହି ଗସ୍ତ ସମୟରେ ଅଫିସର ବି.ବଳରାମ ରାଓ, କର୍ମଚାରୀ ଶଶୀରେଖା ବେହେରା ଓ ସ୍ବେତାମ୍ବରି ସମନ୍ତରାଏ ଙ୍କ ସମେତ ମିଶନ ଶକ୍ତି ସଂଯୋଜକ ଶିବାନନ୍ଦ ସିଂ ଙ୍କ ସହ ଜୀବିକା ମିଶନ ର କର୍ମଚାରୀ ମାନେ ଯୋଗ ଦେଇଥିଲେ।

You might also like
error: Content is protected !!