ବିଶ୍ୱ ପରିବେଶ ଦିବସ ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁରର ଗୋଶାଣୀନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଓ ଦ୍ରୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଗୁରୁବାର ବିଶ୍ୱ ପରିବେଶ ଦିବସ ପାଳନ ହୋଇଥିଲା l ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ l ପରିବେଶ ସୁରକ୍ଷା ଜୀବନ ରକ୍ଷା l ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ l “ସବୁଦିନ ପାଇଁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରିସମାପ୍ତି କରିବା” ଲକ୍ଷ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି ଅବସରରେ “ବନ୍ୟ ଜନ୍ତୁ ସୁରକ୍ଷା ଆଇନ ” ଏବଂ ” ପରିବେଶ ସୁରକ୍ଷା ଆଇନ ” ସମ୍ବଦ୍ଧରେ ସଚେତନତା ସହ ବୃକ୍ଷରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏସଡିଜେଏମ କୁମାର ସ୍ପନ୍ଦନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଟି.କେ ରେଡ୍ଡୀ, ସଦସ୍ୟା ସବିତା ସାହୁକାର,ଏସିଏଫ ବ୍ରହ୍ମପୁର ସଶ୍ମିତା ବିଶ୍ୱାଳ, ଫରେଷ୍ଟର ସୁମିତ୍ରା କୁମାରୀ ଭୂୟାଁ, ଉତ୍କଳ ବାଳାଶ୍ରମ ଅଧ୍ୟକ୍ଷା ସସ୍ମିତା ରାଣୀ ପାଢ଼ୀଙ୍କ ସମେତ ଆଶ୍ରମ ର ସମସ୍ତ କର୍ମଚାରୀ ଏବଂ ଅନ୍ତେବାସିନୀ ପ୍ରମୁଖ ଉପସ୍ଥିତ ଥିଲେ

You might also like
error: Content is protected !!