ଭୁବନେଶ୍ୱର,(ଏସଏମପି):-
ଲୋକ ଆପଣଙ୍କୁ ବହୁତ ମିଳି ଯିବେ ଏବଂ କଣ ପାଇଁ କଫି ପସନ୍ଦ ଏହା ମଧ୍ୟ ଆପଣଙ୍କୁ ସେହି ଲୋକ କହିଯିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ କଫି ରେ କେଉଁ କେଉଁ ଲାଭ ହୋଇଥାଏ ଯଦି ଜାଣି ନାହାନ୍ତି ତେବେ ଜାଣନ୍ତୁ । କଫି କେବଳ ଆପଣଙ୍କ ଶରୀରକୁ ତଟକା କରି ନଥାଏ ଏହା ସହ ଅନ୍ୟ କେତେକ ଲାଭ ମଧ୍ୟ ଦେଇ ଥାଏ ।ତେବେ ଆଜି ଆମେ ଆପଣଙ୍କୁ କଫି ପିଇବାର ଲାଭ ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ବହୁତ ପ୍ରକାର ରେ ସାହାଯ୍ୟ କରିଥାଏ ।କଫି ସେବନ ଦ୍ଵାରା ଆମ ଶରୀର ତଟକା ଅନୁଭବ କରିଥାଏ ଏବଂ ଏହା ସହ ଆମ ଆଖି ତଳେ ଆସୁଥିବା କଳା ଘେରକୁ ମଧ୍ୟ ଏହା କମ କରିଥାଏ ଏହା ସହ ଆଖି ତଳେ ଫୁଲାକୁ ମଧ୍ୟ କଫି କମ କରିଥାଏ । କଫି ପେଷ୍ଟ କରି ତ୍ଵଚା ରେ ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କ ରଙ୍ଗ ସଫା ହୋଇଥାଏ, ଏହି ବେଜାନ ତ୍ଵଚା ସୁନ୍ଦର ଏବଂ ଗୋରା କରିଥାଏ । କଫି ତ୍ଵଚା ଉପରେ ସ୍କ୍ରାବ ଭଳି କାମ କରିଥାଏ, ଏହାକୁ ନଡିଆ ତେଲ ବା ଆଲିବାଏଲ ମିଶେଇ ସ୍କ୍ରାବ ପାଇଁ ପ୍ରୟୋଗ କରା ଯାଏ । କଫି ଚେହେରାରୁ ଅତିରିକ୍ତ ତେଲ ଏବଂ ବ୍ଲାକହେଡ୍ସ ବାହାର କରିବା ପାଇଁ ଉପଯୋଗ କରାଯାଏ ।ଏହାକୁ ଶରୀର ଉପରେ ରଗଡିଲେ ଶରୀରରୁ ଦୁର୍ଗନ୍ଧ ଦୂର ହୋଇଯାଏ, କଫି ମୁଣ୍ଡରେ ଲଗେଇଲେ ଚୁଟି ସୁନ୍ଦର ଏବଂ ଗହବା ହୋଇଥାଏ । ଏହାକୁ ସ୍କଳ୍ପ ରେ ଲଗାଇଲେ ଡେଡ ସେଲ୍ସ ବାହାରି ଯାନ୍ତି ଏବଂ ନୂଆ ସେଲ୍ସ ଆସିଥାନ୍ତି । ଚୁଟି ରେ ଲଗା ଯାଉଥିବା ମେହେନ୍ଦି ପାଉଡରରେ କଫି ମିଶାଇଲେ ଚୁଟିକୁ ଅଲଗା କଲର ମିଳି ଥାଏ ଯାହା ଦେଖିବା ପାଇଁ ବହୁତ ଆକର୍ଷକ ହୋଇଥାଏ । କଫି ଦ୍ଵାରା ଗୋଡ ସ୍କ୍ରାବ କଲେ ବା ଅଳପ ପାଣି ରେ ଟିକେ କଫି ପକାଇ ସେଥିରେ ଗୋଡ ବୁଡେଇଲେ ପାଦ ସୁନ୍ଦର ହୋଇଥାଏ ।