ବାଲିଗୁଡା, ୦୩/୦୬[ସୁକାନ୍ତ କୁମାର ତ୍ରିପାଠୀ} କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ରାଇକିଆ ଛକ ରୁ ସାରଙ୍ଗଡ଼ ରାସ୍ତା ରେ ପେଟ୍ରୋଲିଙ୍ଗ ଚାଲିଥିଲା ବେଳେ ଏକ ବୁଲେରୋ ପିକଅପ ଗାଡି ରେ ଗଂଜେଇ ଭର୍ତି ହୋଇ ଆସୁଥିବା ବେଳେ ଗତକାଲି ପୋଲିସ ଚଢ଼ାଉ କରି ଗୋଟିଏ ବୁଲେରୋ ପିକଅପ ଗାଡି ସହ ୮୮୦ କେଜି ୭୯୦ ଗ୍ରାମ ଗଂଜେଇ ଜବତ କରିଛି ।ପୋଲିସ ଗଂଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଡ୍ରାଇଭର ପାଣିଗଣ୍ଡା ଗାଁ ର ସୁରଜ ପାଇକ କୁ ଗିରଫ କରି କୋର୍ଟ ଚାଲାଣ କରିଛି |ଅଭିଯୁକ୍ତ ସାରଙ୍ଗଡ଼ ରୁ ଗଜପତି ଜିଲ୍ଲା ଅଡବା ଅଂଚଳ କୁ ଗଂଜେଇ ନେଇ ଯାଉଥିବା ସମୟରେ ଚଢ଼ାଉ କରାଯାଇଥିବା କହିଛନ୍ତି କ.ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ।