ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ପୁରୁଷୋତ୍ତମପୁର ସହର ରେ ମାଆଙ୍କ ଠାକୁରାଣୀ ଯାତ୍ରା ଏହି ମାସ ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି | ପଞ୍ଚ ଠାକୁରାଣୀ କେଉଁଦିନ କେଉଁ ୱାର୍ଡ କୁ ନଗର ପରିଭ୍ରମଣ ରେ ଯାଉଛନ୍ତି, ଏବଂ ଲୋକମାନେ ତାଙ୍କରି ପାଦ ଧୋଇ ପୂଜାର୍ଚନା କରୁଛନ୍ତି | ତେବେ ଆଜି ମାଆ ପରିବା ବଜାର କୁ ମଧ୍ୟ ପରିଭ୍ରମଣ ରେ ଯାଇଥିଲା ବେଳେ ସେଠାରେ ତାଙ୍କୁ ମହିଳା ମାନେ ତାଙ୍କ ପାଦ ଧୋଇ ଶରଣ ପଶିଥିଲେ ଏବଂ ପୂଜାରୀ ପୂଜର୍ଚନା କରି ଭୋଗ ରାଗ କରି 108 ଆଳତି କରି ଥିଲେ | ଏହି ଦୃଶ୍ୟ ଦେଖିବାକୁ ଭକ୍ତ ଙ୍କ ଗହଳି ଜମିଥିଲା | ତେବେ ମାଆଙ୍କ ପାଇଁ ପରିବା ବ୍ୟବସ୍ୟାୟୀ, ମାନେ ବିଭିନ୍ନ ପକ୍ଵଫଳ ସହିତ ସୁମଧୁର ଛେନା ପଣା ଓ ହାଲୁଆ ଭୋଗ କରି ଥିଲେ | ଏବଂ ଭୋଗ ଏବଂ ପଣାକୁ ସେଠୀ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ବ୍ୟବସ୍ୟାୟୀ ମାନଙ୍କୁ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ବାବୁ ପଳେଇ ଓ ବଳିଆ ଗୌଡ଼ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା | ଏହି କାର୍ଯ୍ୟକ୍ରମ ରେ ପରିବା ବ୍ୟବସ୍ୟାୟି ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ସାହୁ, ନୀଳାଞ୍ଚଳ ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ବୁଲୁ ବେହେରା, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ପୂର୍ଣ୍ଣ ଚନ୍ଦ୍ରଦାଶ,କାଳିଆଗୌଡ଼,ପୂର୍ଣ୍ଣିଚନ୍ଦ୍ରମହା ପାତ୍ର,ବୈକୁଣ୍ଠ ଦାଶ,ପ୍ରଦୀପ ମହାପାତ୍ର, ସ୍ୱରୂପ ତ୍ରିପାଠୀ,ବବୀନ୍ଦ୍ର ଗୌଡ଼ଭାଗିରଥିବେହେରା,ଓ ବହୁପରିବା ମହିଳା ବ୍ୟବସାୟୀମାନେ ଉପସ୍ଥିତରହି ସହଯୋଗ କରିଥିଲେ | ଏବଂ ପରିବା ବଜାର ର ସମସ୍ତ ବ୍ୟବସ୍ୟାୟୀ ମାନେ ମଧ୍ୟ ଉପସ୍ଥିତ ଥିଲେ