ଲୋକଙ୍କ ଦାବି କୁ ପରିବହନ ମନ୍ତ୍ରୀ ଶୁଣିଲେ |ଶେଷରେ ଦୁଇମାସ ହେଲା ବନ୍ଦ ହୋଇଥିବା ଶେରଗଡ଼ ଠାରୁ ପୁରୀ ଏସି ବସ ଚାଲିଲା |  

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ଦୀର୍ଘ ଦୁଇମାସ ହେଲା ବନ୍ଦ ହୋଇଥିବା ଶେରଗଡ଼ ଠାରୁ ଭୁବନେଶ୍ୱର ଦେଇ ପୁରୀ ଏସି ବସ ଆଜିଠାରୁ ପୁଣି ତାର ରୁଟ ରେ ଚଳାଚଳ କରିଛି | ଦୁଇ ବର୍ଷ ହେଲା ଶେରଗଡ଼ ଠାରୁ, ଭୁବନେଶ୍ୱର ଦେଇ ପୁରୀ ଯାତାୟାତ କରୁଥିବା ଏସି ବସ ଓ କଟକ ଠାରୁ ସକାଳେ ହିଞ୍ଜିଳି କାଟୁ, ଏବଂ ପୁରିଠାରୁ ହିଞ୍ଜିଳି ଯାଉଥିବା ତିନି ଗୋଟି ବସ ଗତ ଦୁଇ ମାସ ହେଲା ସମ୍ପୂର୍ଣ ରୂପେ ବନ୍ଦ ହୋଇ ଯାଇଛି | ତେବେ ମାନ୍ୟବର ପରିବହନମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଙ୍କୁ ଏହି ବସ ବନ୍ଦ ହୋଇ ଥିବା ବିଷୟରେ ଜଣେ ସମାଜ ସେଵୀ ରାମ ପ୍ରସାଦ ସାମଲଙ୍କୁ ସାମ୍ବାଦିକ ଙ୍କ ଠାରୁ ଶୁଣି ମନ୍ତ୍ରୀଙ୍କ ସହ କଥା ହୋଇ ଥିଲେ | ଏବଂ ମନ୍ତ୍ରୀ ସାମଲ ବାବୁଙ୍କ କଥାକୁ ଗୁରୁତ୍ୱ ଦେଇ ଏସି ବସ ଟି ଆଜିଠାରୁ ଚଳା ଚଳ ଆରମ୍ଭ କରିଛି | ସେଥିପାଇଁ ପୁରୁଷୋତ୍ତମପୁର ଜନସାଧାରଣ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ଛନ୍ତି | କିନ୍ତୁ ମନ୍ତ୍ରୀ ମହୋଦୟ ଆଉ୨ଟି ବନ୍ଦ ହୋଇଥିବା ବସ କଟକ ଠାରୁ ହିଞ୍ଜିଳି ଏବଂ ପୁରିଠାରୁ ହିଞ୍ଜିଳି ବସ ଚଳାଚଳ କରିଵା ସହିତ ବୁଗୁଡ଼ା ଠାରୁ ବିଶଖାପାଟଣା ପର୍ଯ୍ୟନ୍ତ ଦୈନିକ ଦୁଇ ଟି ବସ ବିପରୀତ ଦିଗରୁ ଚାଲିଲେ ବହୁ ଭକ୍ତ ନୃସିଂହ ନାଥ ଙ୍କୁ ଦର୍ଶନ କରିବା ସହ ଅନେକ ଲୋକ ବିଶାଖା ପାଟଣା ରେ ଥିବା ସରକାରୀ ବେସରକାରୀ ହାଇ ସ୍ପେଶା ଲିଷ୍ଟ ମେଡିକାଲ ରେ ବିଭିନ୍ନ ରୋଗ ର ଚିକିତ୍ସା କରି ଏହି ବସରେ ନିଜ ଘରକୁ ଫେରି ପାରିବେ | ଏବଂ ଛତ୍ର ପୁର ଠାରୁ କନ୍ଧମାଳ ପର୍ଯ୍ୟନ୍ତ ଏକ ଏସି ବସ ହୁମା ପୁରୁଷୋତ୍ତମପୁର କବିସୂର୍ଯ୍ୟନଗର, ଓ ଆସ୍କା ଦେଇ କନ୍ଧମାଳ ଗଲେ ଅଧିକାଂଶ ବ୍ୟବସ୍ୟାୟି ଓ ଜନ ସାଧାରଣ ଉପକୃତ ହେବା ସହ କନ୍ଧମାଳ ର ବିଭିନ୍ନ ସାମଗ୍ରୀ ହଳଦୀ, ଆମ୍ବ, ପନିପରିବା ସହ ମହୁ, ଝୁଣା, ଫୁଲଝାଡୁ, ସହିତ ଅନେକ ବନଯାତ ଦ୍ରବ୍ୟର ଆଦାନ ପ୍ରଦାନ ହୋଇ ପାରିବ | ଏବଂ ବହୁ ଯାତ୍ରୀ କନ୍ଧମାକ କୁ ଯାତାୟାତ କରି ପାରିବେ ବୋଲି ବୋଲି ଆଶା ପ୍ରକଟ କରିଛନ୍ତି | ତେଣୁ ମାବ୍ୟବର ପରିବହନ ମନ୍ତ୍ରୀ ଏହାଉପରେ ଗୁରୁତ୍ୱ ଦେଲେ ପୁରୁଷୋତ୍ତମ ପୁର ବ୍ଳକ ସହିତ ବହୁ ବ୍ଲକର ଲୋକମାନେ ଉପକୃତ ହୋଇ ପାରିବେ ବୋଲି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ଏବଂ ଏସି ବସ ପୁଣି ଚାଲୁ ଥିବାରୁ ମନ୍ତ୍ରୀ ଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଇ ଛନ୍ତି |

You might also like
error: Content is protected !!