ଘର ବାରିପଟେ ଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ୭ ବର୍ଷର ଅମିତଙ୍କ ଜୀବନ

ଗଜପତି,(ମନୋଜ ପାଢୀ):-

ବଜ୍ରପାତରେ ଚାଲିଗଲା ୭ବର୍ଷର ଶିଶୁର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଗୁମ୍ମା ବ୍ଲକର ସେରଙ୍ଗ ପଞ୍ଚାୟତର କୁମୁଡିଆ ଗ୍ରାମରେ। ମୃତ ଶିଶୁ ଜଣଙ୍କ ହେଲେ ବଙ୍ଗୁରୁ ଗମାଙ୍ଗଙ୍କ ପୁଅ ଅମିତ ଗମାଙ୍ଗ(୭)।

ସୂଚନା ଅନଯାୟୀ, ଅମିତ ଘର ବାରିପଟେ ଶୌଚ ହେଉଥିବା ବେଳେ ହଠାତ ବଜ୍ରାଘାତର ଶିକାର ହୋଇଥିଲେ।ଏଥିରେ ତାଙ୍କର ଜୀବନ ଚାଲି ଯାଇଥିଲା। ତେବେ ଶୁକ୍ରବାର ସା ସମୟରେ ଜିଲାର ବହୁ ସ୍ଥାନରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ଜିଲାରେ ସେଭଳି କୌଣସି ଅଘଟଣ ଘଟି ନ ଥିବା ବେଳେ ଜଣେ ୭ବର୍ଷର ଶିଶୁର ମୃତ୍ୟୁ ଘଟିବା ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

You might also like
error: Content is protected !!