୨୦୨୪-୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ସମ୍ମାନିତ

ଖୋର୍ଦ୍ଧା(ସଞ୍ଜୀବ କୁମାର):-

2024-25 ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନର ବିଭିନ୍ନ ରେଳ ଷ୍ଟେସନରେ କାର୍ଯ୍ୟରତ ସର୍ବୋତ୍ତମ 13 ଜଣ ଟିକେଟ ଯାଞ୍ଚ କର୍ମଚାରୀଙ୍କୁ, ଖୋର୍ଦ୍ଧା ରୋଡର ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଏଚ୍ ଏସ ବାଜ୍ଵା ସମ୍ମାନିତ କରିଛନ୍ତି। ସମ୍ବର୍ଦ୍ଧନା ସମାରୋହରେ, ଖୋର୍ଦ୍ଧା ରୋଡର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଶ୍ରୀ ଅନିଲ କୁମାର ଏସ୍. ଏବଂ ବିଭାଗୀୟ ବାଣିଜ୍ୟିକ ପ୍ରବନ୍ଧକ, ଶ୍ରୀମତୀ ପୂଜା ସିଂହ ଉପସ୍ଥିତ ଥିଲେ।

ଏହି ଟିକେଟ୍ ଯାଞ୍ଚକାରୀ କର୍ମଚାରୀଙ୍କ କଡ଼ା ନଜର, ଟ୍ରେନରେ ଯାତ୍ରା କରୁଥିବା ଅନଧିକୃତ ଯାତ୍ରୀମାନଙ୍କୁ ଗିରଫ କରିବାରେ ସାହାଯ୍ୟ କରିଥିଲା ଏବଂ ପ୍ରକୃତ ଯାତ୍ରୀମାନଙ୍କୁ ଏକ ଆରାମଦାୟକ ଯାତ୍ରା ପ୍ରଦାନ କରିଥିଲା । ଏହି ଅନଧିକୃତ ଯାତ୍ରୀମାନଙ୍କଠାରୁ ଜରିମାନା ସହିତ ଭଡ଼ା ଭାବରେ ଆଦାୟ କରାଯାଇଥିବା କୋଟି କୋଟି ଟଙ୍କା ରେଳ ପ୍ରଶାସନର ରାଜସ୍ୱରେ ଯୋଡିଥିଲା।

 ଶ୍ରୀ ଏଚ୍.ଏସ୍. ବାଜୱା ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଏବଂ ଉପଯୁକ୍ତ ଟିକେଟ୍ ସହିତ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।

ପୁରସ୍କରିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ହେଉଛନ୍ତି, କଟକରୁ ଶ୍ରୀ ସୁଧାକର ବେହେରା ଏବଂ ଶ୍ରୀ ଶିବ ପ୍ରସାଦ ଦାସ, ଭୁବନେଶ୍ୱର ରୁ ଶ୍ରୀ ଅଜୟ କୁମାର ସାହୁ, ଶ୍ରୀ ସୁଧୀର କୁମାର ସାହୁ, ଶ୍ରୀ କେ ପି ସାମନ୍ତ, ଶ୍ରୀ ସି.ଏଚ.ବି ରେଡ୍ଡୀ, ଶ୍ରୀ କେ ସି ମଲ୍ଲିକ, ଖୋର୍ଦ୍ଧା ରୋଡ ରୁ ଶ୍ରୀ ପ୍ରସାନ୍ତ କୁମାର ବେହେରା, ଶ୍ରୀ ଜେ.କେ.ପଟ୍ଟନାୟକ, ନିରାକାର ସାହୁ, ଶ୍ରୀ ଏସ୍ କେ ମହାପାତ୍ର , ଏବଂ ପୁରୀ ରୁ ଶ୍ରୀ ଆର ଆର ପ୍ରସାଦ ଏବଂ ଢେଙ୍କାନାଳ ରୁ ଶ୍ରୀ ଏସ୍ ବେହେରା ।

2024-25 ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ ଡିଭିଜନରେ ମୋଟ 6.97 ଲକ୍ଷ ଅନଧିକୃତ ଯାତ୍ରୀଙ୍କୁ ଦଣ୍ଡିତ କରାଯାଇଥିଲା, ଏବଂ 32.15 କୋଟି ଟଙ୍କା ରାଜସ୍ୱ ଯୋଡା ଯାଇଥିଲା। 2024-25 ବର୍ଷରେ ପୂର୍ବତଟ ରେଳବାଇ ରେ ଖୋର୍ଦ୍ଧା ରୋଡ୍ ଡିଭିଜନ ସର୍ବାଧିକ ଟିକେଟ୍ ଯାଞ୍ଚ ପ୍ରଦର୍ଶନ ହାସଲ କରିଛି

Smart Computer Ad
You might also like
error: Content is protected !!