ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ

ଆର,ଉଦୟଗିରି(ମନୋଜ ପାଢୀ):-

କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ରା. ଉଦୟଗିରି ବ୍ଲକର ଶବରପଲ୍ଲୀ ଗ୍ରାମରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ ତା. ୨୯.୦୫.୨୦୨୫ ରିଖ ରେ ହୋଇଯାଇଛି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାସ୍ତରରେ ରା. ଉଦୟଗିରି ବ୍ଲକର ବି.ଡି.ଓ ଲରିମନ୍ ଖରସେଲ୍ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ମେ ୨୯ ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଚାଲିବ । ଅତ୍ୟାଧୁନିକ କୃଷି କୌଶଳ, ପ୍ରାକୃତିକ କୃଷି ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଜ୍ଞାନୀ ଡ. ସୁଶ୍ରୀ ଚୌଧୁରୀ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ, ରା. ଉଦୟଗିରି ଏବଂ ମୋହନା ବ୍ଲକର କୃଷି ଅଧିକାରୀ ତଥା କୃଷି ବିଜ୍ଞାନ କେନ୍ଦ୍ରର ଡ. ସଂଗ୍ରାମ ପରମଗୁରୁ, ଡ. ସଂଜୀବ କୁମାର ମାଣ୍ଡି ଉପସ୍ଥିତ ରହି ସରକାରୀ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରିତ ଫସଲ ଚୟନ, ସନ୍ତୁଳିତ ସାରର ବ୍ୟବହାର ତଥା ଯୋଜନାର ଲାଭ ଅଧିକରୁ ଅଧିକ ଚାଷୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆଲୋଚନା କରିଥିଲେ

Smart Computer Ad
You might also like
error: Content is protected !!