ସାତୁଲୀ ଗ୍ରାମରେ ପାଗଳ କୁକୁର କାମୁଡ଼ାରେ ବହୁ ବ୍ୟକ୍ତି ଆହତ

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

କୁକୁର କାମୁଡ଼ାରେ ଗୋଟିଏ ଗାଁ ର ବହୁଲୋକ ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉ ଥିଲା ବେଳେ ବନ ବନ ବିଭାଗ ର ନିଘାନାହିଁ | ଏପରି ଏକ ଗାଁ ହେଉଛି ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାତୁଳି ଗ୍ରାମ ଓଏହାର ପାଖ ଆଖ ଗ୍ରାମ | ଏଠାରେ ଏକ ପାଗଳ କୁକୁର କିଛି ଦିନ ହେଲା ଗଳିକନ୍ଦି ବୁଲି,ବୁଲି ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଏବଂ କାମ କରୁଥିବା ମହିଳା ମାନଙ୍କୁ କାମୁଡିବା ଫଳରେ ଏକାଧୂକ ବ୍ୟକ୍ତି ଆହତ ହୋଇଛନ୍ତି।ସେମାନେ ହେଲେ ସାତୁଳି ଗ୍ରାମର ମହାଦେଇ ଜେନା, ମନ୍ଦ ଜେନା, ପାଟପୁର ଗ୍ରାମର ଜାନକୀ ପଲାଇ, ଏପରିକି ଖଣ୍ଡଦେଉଳିର ଜଣେ ବିରୁଳିଗଡ଼ର ଜଣେ ମଧ୍ୟ ଆହତ ହୋଇଛନ୍ତି। କୁକୁର ଟି ଖାଲି ମଣିଷକୁ ଆହତ କରିନାହିଁ ବରଂ ମଣିଷ ବ୍ୟତୀତ ଅଞ୍ଚଳର ୪ଟି ଗାଈ ଓ ୫ଟି ପୋଷା କୁକୁର କୁ ମଧ୍ୟ ଆହତ କରି ଥିବା ଜଣାପଡ଼ିଛି । ପାଗଳା କୁକୁରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ଅଂଚଳବାସୀ ଫରେଷ୍ଟ ବିଭାଗକୁ ଜଣାଇଛନ୍ତି । କିନ୍ତୁ ବନ ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ନଥିବାରୁ ପାଗଳ କୁକୁର ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷ ଦେଖା ଦେଇଛି। ଏହି ପାଗଳା କୁକୁର ର ଉପଦ୍ରବ କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି | ଯଦି ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦିଅନ୍ତି ତେବେ ସେମାନେ ରାସ୍ତା ରୋକ କରି ଆନ୍ଦୋଳନ କରିବାକୁ ଚେତାଇ ଦେଇଛନ୍ତି |

Smart Computer Ad
You might also like
error: Content is protected !!