ଡାଏବେଟିସ୍ ବା ମଧୁମେହ ରୋଗ କାହିଁକି ହେଇଥାଏ,ଏଥିରୁ ରକ୍ଷା ପାଇବେ କିପରି

ଖୋର୍ଦ୍ଧା(ସଞ୍ଜୀବ କୁମାର):-

ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଭାବରେ ଆବଶ୍ୟକ ଅଟେ। ଡାଏବେଟିସ୍ ଏକ ଏପରି ସମସ୍ୟା ଯାହାକି ଅନେକ ଲୋକଙ୍କୁ ହେଉଛି। ଏହା ବ୍ୟତୀତ ଯଦି କୌଣସି ଲୋକ ଘରେ ଡାଏବେଟିସ୍ ରୋଗୀ ଅଛନ୍ତି ତେବେ ସେ ପରିବାରର ଅନ୍ୟ ଲୋକମାନଙ୍କୁ ଡାଏବେଟିସ୍ ହେବାର ବହୁତ ସମ୍ଭାବନା ରହିଥାଏ। ଯଦି ଅସନ୍ତୁଳିତ ଖରାପ ଖାଦ୍ୟ ଖାଆନ୍ତି ତେବେ ଏହାର ପରିମାଣ ଆହୁରି ଅଧିକ ବଢିଯାଏ।

ତେବେ ଏହାର ଉପଚାର ପାଇଁ ନିଜେ ଖାଦ୍ୟକୁ ଠିକ କରିବାକୁ ହେବ। ପ୍ରତ୍ୟେକ ଦିନ ଏକ ଚାର୍ଟ ପ୍ରସ୍ତୁତ କରି ଖାଦ୍ୟ ଖାଇବାକୁ ହେବ। ଆମେ ଖାଉଥିବା ଖାଦ୍ୟରେ ୨୦ ରୁ ୩୦ ପ୍ରତିଶତ ପ୍ରୋଟିନ, ୫୦ ରୁ ୬୦ ପ୍ରତିଶତ କାର୍ବୋହାଇଡ୍ରେଟ ଏବଂ ୧୦ ରୁ ୨୦ ପ୍ରତିଶତ ଫ୍ୟାଟ ରହିବା ଆବଶ୍ୟକ।

ଯେଉଁମାନଙ୍କୁ ଡାଏବେଟିସ୍ ହୋଇଛି କିମ୍ବା ହେବାର ସମ୍ଭାବନା ରହିଛି, ସେମାନେ ସକାଳ ସମୟରେ ଗହମ ଛତୁଆ, ରୁଟି କିମ୍ବା ମାଣ୍ଡିଆ ଖାଇବା ଆବଶ୍ୟକ। ଏହା ସକାଳ ଜଳଖିଆରେ ତାଙ୍କ ପାଇଁ ପ୍ରଯୁଜ୍ୟ ଅଟେ। ଏହାପରେ ମଧ୍ୟାହ୍ନ ସମୟରେ ମଧ୍ୟାହ୍ନ ଲଞ୍ଚରେ ଭାତ,ଡାଲି, ପନିପରିବା ଇତ୍ୟାଦି ଖାଇବା ଦରକାର। ଏହାର ପରବର୍ତ୍ତୀ ସମୟରେ ରାତି ୮ ଟା ସମୟରେ ରାତ୍ରି ଭୋଜନରେ ରୁଟି ଖାଇବା ଦରକାର। ଏହା ବ୍ୟତୀତ ସକାଳ ୧୦ ଟା, ସନ୍ଧ୍ୟା ସମୟରେ ଏବଂ ରାତି ୧୦ ଟା ରେ ଅନ୍ୟ କିଛି ଫଳ ଇତ୍ୟାଦି ଖାଇବା ଆବଶ୍ୟକ।

ଗଜା ବୁଟ, ଗଜା ମୁଗ, ସିଝା ମଟର, ସେଓ ଇତ୍ୟାଦି ଶରୀର ପାଇଁ ଭଲ ଅଟେ। ଏହା ବ୍ୟତୀତ ପାଚିଲା ଅମୃତଭଣ୍ଡା, ଆତ, ପାଚିଲା ଆମ୍ବ, ସେପଟା, କଦଳୀ ଖାଇବା ଅନୁଚିତ। ଆମିଷ ଖାଇବେ ନାହିଁ।

ଦୈନିକ ପ୍ରାତଃ ଏବଂ ସଂଧ୍ୟା ସମୟରେ ଜୋରରେ ଚାଲିବା ସହିତ ଶାରୀରିକ ବ୍ୟାୟାମ କରିବା ନିହାତି ଆବଶ୍ୟକ। ଏହି ରୋଗ ନିରାକରଣ ପାଇଁ ଷ୍ଟ୍ରେସ୍ ମ୍ୟାନେଜ କରିବା ସହିତ ଠିକ ସମୟରେ ଶରୀରକୁ ନିଦ୍ରା ଦେବା ଆବଶ୍ୟକ। ସବୁକିଛି ଠିକ ଥିଲେ ମଧ୍ୟ ଧୂମ୍ରପାନ ଏବଂ ମଦ୍ୟପାନ ବି ସମ୍ପୂର୍ଣ୍ଣ ଭାବେ ପିଇବା ବନ୍ଦ କରିବା ଆବଶ୍ୟକ ଅଟେ। ଏଠାର ଲକ୍ଷଣ ନଥିଲେ ମଧ୍ୟ ରୋଗୀ ପିଡ଼ିତ ପ୍ରମାଣିତ ହୋଇ ପାରନ୍ତି। ତେଣୁ ସମସ୍ତେ ମାସକୁ ମାସ ଏହାର ପରୀକ୍ଷା କରାଇବା ଆବଶ୍ୟକ। ତେବେ ପ୍ରଥମେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ

Smart Computer Ad
You might also like
error: Content is protected !!