ପୁରୁଷୋତ୍ତମପୁର ଥାନା କୁ ଅଚାନକ ପରିଦର୍ଶନ ରେ ଆସି ବିଭିନ୍ନ ବିଷୟ ରେ ପଚାରିଲେ ଆସ୍କା ଏମପି,

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):

ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ ଙ୍କ ଅଚାନକ ପୁରୁଷୋତ୍ତମପୁର ଥାନା ପରିଦର୍ଶନ କରି ଆଇନ ଶୃଙ୍ଖଳା ଉପରେ ପରଖି ବୁଝୁଥିବା ନେଇ ସମସ୍ତ ଜନ ସାଧାରଣଙ୍କ ପ୍ରଶଂସାର ପାତ୍ର ପାଲଟିଥିବା ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶନୀ ପୁରୁଷୋତ୍ତମପୁର ଥାନାକୁ ଅଚାନକ ପରିଦର୍ଶନରେ ଆସି ଥାନାକୁ ଆସିଥିବା ଅଭିଯୋଗ କାରିଙ୍କ ନିକଟକୁ ଯାଇ ଥାନା କୁ କଣ କାମରେ ଆସିଥିବା ପଚାରି ବୁଝିଥିଲେ । ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ଥାନା ଅଧିକାରୀ ରାଜେଶ କୁମାର ନାୟକ ଓ ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଙ୍କ ସହ ମିଶି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଅନୁଧ୍ୟାନ କରି ଥିଲେ । ଶାନ୍ତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦେବା, ଅସାମାଜିକ ବ୍ୟକ୍ତି ଉପରେ କଡା ନଜର ରଖିବା, ବେଆଇନ ଖୋଲାଚୋରା ମଦ ବିକ୍ରି କୁ ରୋକିବା, ଜନତା କୁ ସୁରକ୍ଷା ଦେବା ଉପରେ ଆଲୋଚନା କରିଥିଲେ । ସାଂସଦଙ୍କ ସହ ବରିଷ୍ଟ ବିଜେପି ନେତା ତଥା ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ସାଂସଦଙ୍କ କ୍ଷେତ୍ର ସଂଯୋଜୋକ ଯଜ୍ଞ ନାରାୟଣ ଦାଶ, ବିଜେପି ଯୁବନେତା ଓ ସଙ୍ଗଠକ ସୀତାରାମ ପାଣିଗ୍ରାହୀ, କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପିତାମ୍ବର ସେଠି, ଏନ୍ଏସି କାଉନସିଲର ଭାସ୍କର ବେହେରା, କେ ପ୍ରମୋଦ କୁମାର ଆଚାରୀ, ବିଜେପି ନଗର ସମ୍ପାଦକ ଟୁକୁନା ବେହେରା, କାଉନସିଲର ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର, ପୂର୍ବତନ ବିଜେପି ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ଛାତ୍ର ସଂଘଠକ୍ ଜି.ଲିଙ୍ଗରାଜ ଆଚାରୀ , ରାଧା କୃଷ୍ଣ ବେହେରା, ସଂଜୟ ନାୟକ, ସୁରେଶ ମହାନ୍ତି, ପ୍ରକାଶ ବେହେରା ପ୍ରମୁଖ ବିଜେପି କର୍ମୀ ଉପସ୍ଥିତି ଥିଲେ । ସାଂସଦଙ୍କ ପୁରୁଷୋତ୍ତମପୁର ଗ୍ରସ୍ତ ଶୁଣି ବଜାରର ବଣିକ ସଂଘ, ଯୁବ ଓ ଛାତ୍ର ବିଜେପି କର୍ମୀ ପ୍ରମୁଖଙ୍କ ସହ, ବହୁ ଜନସାଧାରଣ ସାଂସଦଙ୍କୁ ମିଶି ସ୍ଵାଗତ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରିଥିଲେ । ଥାନା ରେ କଥା ହୋଇ ବାହାରିଲା ପରେ ନଗର ଭ୍ରମଣ ରେ ବାହାରିଥିବା ପଞ୍ଚ ଠାକୁରାଣୀ ଙ୍କୁ ଦର୍ଶନ କରିମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ପରେ ପୁରୁଷୋତ୍ତମପୁର ଡାକ ବଙ୍ଗଳା ରେ ଦଳୀୟ କର୍ମୀ ଙ୍କ ସହିତ ପୁରୁଷୋତ୍ତମପୁର ବ୍ଲକ ର ଡେଭେଲପମେଣ୍ଟ ଉପରେ କର୍ମୀ ଙ୍କ ସହିତ କଥା ହୋଇ ଥିଲେ, ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ଅନୁରୋଧ ରେ ମା”ତାରାତାରିଣୀ ଙ୍କ ପାହାଡ଼ ଉପରେ ମୋବାଇଲ ନେଟୱାର୍କ କାମ କରୁନଥିବା କହିବା ପରେ ବିଏସଏନଏଲ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହିତ କଥା ହୋଇ ତୁରନ୍ତ ଏହାର ସମାଧାନ ୨ ମାସ ଭିତରେ କାର୍ଯ୍ୟକ୍ଷମ କରିବାକୁ ନୀର୍ଦ୍ଧେଶ ଦେଇଥିଲେ ଏବଂପୁରୁଷୋତ୍ତମ ପୁର ସହର ର ପାନୀୟ ଜଳ ଏବଂ ବିଦ୍ୟୁତ ସମସ୍ୟା ଦୂର କରିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସହିତ କଥା ହୋଇ ତାର ନିରା କରଣ ଉପରେ ନିର୍ଦେଶ ଦେଇଥିଲେ | ତତ ସହିତ ଅତିଶୀଘ୍ର ପୁରୁଷୋତ୍ତମପୁର ବ୍ଲକ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଚଢିଆ ପଲ୍ଲୀ ଥରେ ମିନି }ଖେଳ ପଡିଆ ଜାଗା ଚି଼ହ୍ନଟ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ସରକାରୀ ଉଚ୍ଚ କତୃପକ୍ଷ ଙ୍କୁ ମଧ୍ୟ ନୀର୍ଧେଶ ଦେଇଥିଲେ |

Smart Computer Ad
You might also like
error: Content is protected !!