ପୁରୁଷୋତ୍ତମପୁର ବିଜେପିର ନଗର ସଭାପତିଙ୍କ ଅକାଳ ବିୟୋଗ,

ପୁରୁଷୋତ୍ତମପୁର ବିଜେପିର ନଗର ସଭାପତିଙ୍କ ଅକାଳ ବିୟୋଗ,

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ଏସ୍ଏସି ବିଜେପି ର ନଗର ସଭାପତି ସୂର୍ଯ୍ୟନାରାୟଣ ମହାରଣା (କଳିଆ )୩୭ ଙ୍କ ଭୁବନେଶ୍ୱର ଏକ ଘରୋଉ ହସ୍ପିଟାଲ ରେ ଗତ କାଲି ରାତିରେ ପରଲୋକ ହୋଇଛି। ଘଟଣାରୁ ଜଣା ଯାଇଛି ଯେ କାଳିଆ ଜଣେସାହସୀ, ସଙ୍ଘଟକ, ମେଳାପୀ ଯୁବକ ଥିଲେ । ଏବଂ ତାଙ୍କର ଏହି ସଫଳ କାର୍ଯ୍ୟ ପାଇଁ ନିକଟରେ ରାଜ୍ୟ ବିଜେପି ନେତୃବୃନ୍ଦ ତାଙ୍କୁ ପୁରୁଷୋତ୍ତମ ପୁର ସହର ରନଗରସଭାପତି ଭାବେ ମନୋନୀତ କରିଥିଲେ । ତେବେ ରାଜ ନିତି ସହିତ ସେ ପରିବାର ପ୍ରତିପୋଷଣ ନିମନ୍ତେ ଏକ ଫର୍ନିଚର ୱାର୍କ ସପ ଖୋଲି ଥିଲେ । ସେହି ୱାକସପ ଭିତରକୁ ବିଷାକ୍ତ ସାପ ମାନେ ଆସୁଥିବାରୁ ତାର ନିରା କରଣ ନିମନ୍ତେ ଗତ ମାସ 30 ତାରିଖ ରେ କିଛି ବିଷାକ୍ତ ରାସାୟନିକ ପଦାର୍ଥ ଆଣି ସେହି ୱାର୍କ ସପ ଭିତରେ ସିଞ୍ଚ୍ସନ କରିଥିଲେ। କିନ୍ତୁ ଅସାବଧାନତା ଭାବେ ସେହି ହାତକୁ ମୁହଁରେ ମାରିଦେଇ ଥିଲେ । ଏବଂ ସେ ସଙ୍ଗେ, ସଙ୍ଗେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପୁରୁଷୋତ୍ତମ ପୁର ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତରହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ନିଆଯାଇ ଚିକିତ୍ସା କରାଇ ଥିଲେ ।କିନ୍ତୁ ସେଠାରେ ତାଙ୍କର ସ୍ଵାସ୍ତ୍ୟ ବସ୍ଥା ରେ ଉର୍ନ୍ନତି ପରିଲକ୍ଷିତ ନହେବାରୁ ସୋମବାର ଦିନତାଙ୍କୁପରିବାର ଲୋକେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ ।ତେବେ ଗତ କାଲି ରାତ୍ର ଶେଷ ପହର ରେ ସେ ଶେଷ ନିଃଶ୍ବସ ତ୍ୟାଗ କରିଛନ୍ତି।ତାଙ୍କ ର ୧୧ ବର୍ଷ ଓ ୭ ବର୍ଷର ୨ଟି ଶିଶୁ କନ୍ୟା ଓ ସ୍ତ୍ରୀ, ବାପା, ମାଆ, ସାନଭାଇ, ଭାଇବୋହୁ ଓ ପୁତୁରା ଅଛନ୍ତି ।

ପୁରୁଷୋତ୍ତମପୁର ବିଜେପିର ନଗର ସଭାପତିଙ୍କ ଅକାଳ ବିୟୋଗ,

ତାଙ୍କ ମୃତ୍ୟୁ ଖବର ଶୁଣି ବିଜେପି କର୍ମୀ ଓ ସାଙ୍ଗ, ସାଥି ଏବଂ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମର ଶରୀର ପହଂଚିବାପରେ ଆସ୍କା ଏମପି ଅନୀତା ଶୁଭ ଦର୍ଶନୀ, ଖଲ୍ଲିକୋଟ ବିଧ୍ୟୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ହିଞ୍ଜିଳି ବିଧାୟକ ପାର୍ଥି ଶିଶିର ମହାପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ଯଂଜ୍ଞ ନାରାୟଣ ଦାଶ, ଅଜିତ କୁମାର ପଣ୍ଡା, ସୁରେଶ ମହାନ୍ତି, ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା, କାଉନ ସିଲର ଭାସ୍କର ବେହେରା, ଲିଙ୍ଗରାଜ ବେହେରା, କେ ପ୍ରମୋଦ କୁମାର ଆଚାରୀ ଓ କାଉନ ସିଲର ପ୍ରତିନିଧି ରଞ୍ଜନ ବେହେରା, ବିପ୍ର ବେହେରା, ଲୋକନାଥ ବେହେରା, ବିଶ୍ୱ ଭୂଷଣ ମହାପାତ୍ର, ଙ୍କ ସହ ଅନ୍ୟ ମାନେ, ଯୁବନେତା ସୀତାରାମ ପାଣିଗ୍ରାହୀ, ମନୋଜ ଗୌଡ଼, ମଙ୍ଗରାଜ ବେହେରା, ଚିତ୍ତ ରଞ୍ଜନ ସାହୁ, ଚିନୁ ଆଚାରୀ ଙ୍କ ସହ ବହୁ ନେତା କର୍ମୀ, ଓ ଆତ୍ମୀୟ ସ୍ୱଜନ, ଜନ ସାଧାରଣ ଉପସ୍ଥିତ ରହିଥିଲେ । ଏମପି ଓ ବିଧାୟକ ଦଳୀୟ ପତାକା କୁ ମର ଶରୀର ଉପରେ ଆଚ୍ଛାଦିତ କରି ଅମର ଆତ୍ମାର ସଦଗତି କାମନା କରି ତାଙ୍କ ଶୋକ ସନ୍ତପ୍ତ ପରିବାର କୁ ସାନ୍ତ୍ୱନା ଦେଇ ପ୍ରଭୁ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି କହିଥିଲେ।

You might also like
error: Content is protected !!