କନ୍ଧମାଳ: ୦୫/୦୫[ସୁକାନ୍ତ କୁମାର ତ୍ରିପାଠୀ] ତୁମୁଡିବନ୍ଧ ର ଜଣା ଶୁଣା କପଡା ବ୍ୟବସାୟୀ ଅନିଲ କୁମାର ସାହୁ ଏବଂ ମାତା ଅରୁପମା ସାହୁ ଙ୍କ ଜ୍ୟେଷ୍ଠ ଝିଅ ତ୍ରିଶରାଣୀ ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବମୋଟ 600 ମାର୍କରୁ 496 ଆଣି ଉତୀର୍ଣ୍ଣ ହୋଇଛନ୍ତି. ଯାହାକି ଅଞ୍ଚଳ ପାଇଁ ଏକ ଗର୍ବ ର ବିଷୟ ପାଲଟିଛି. ପିଲାଟି ଦିନରୁ ତ୍ରିଶା ରାଣୀ ସାହୁ ( ଆଞ୍ଚଲ ) କଠିନ ପରିଶ୍ରମ କରି ଅଧ୍ୟୟନ କରନ୍ତି . ପାଠ ପଢା ପ୍ରତି ରୁଚି ରଖିବା ସହ ଓଡିଶୀ ନୃତ୍ୟ, ଅଭିନୟ ଉପରେ ମଧ୍ୟ ପାରିଦର୍ଶିତା ହାସଲ
କରନ୍ତି ତ୍ରିଶା. ତେବେ ମାଟ୍ରିକ ପରୀକ୍ଷା ରେ 83ପରସେଣ୍ଟ ରଖିବା ପରେ ଆଗକୁ ବିଜ୍ଞାନ ବିଭାଗ ରେ ପାଠ ପଢିବା ସହ ଭଲ ଡାକ୍ତର ଟିଏ ହେବା ପାଇଁ ଲକ୍ଷ ରଖିଛନ୍ତି. କନ୍ଧମାଳ ଭଳି ପାର୍ବତ୍ୟ ଅଞ୍ଚଳରେ କଠିନ ପରିଶ୍ରମ କରି ଡାକ୍ତର ହେବା ସହ ରୋଗୀଙ୍କ ସେବା କରିବା ପାଇଁ ଲକ୍ଷ ରଖିଛନ୍ତି. ତେବେ ତ୍ରିଶା ଙ୍କ ଏହି ସଫଳତା ର ଶ୍ରେୟ ନିଜ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ, ଦାଦା, ଖୁଡି, ଜେଜେ ମା ଜେଜେ ବାପା ଙ୍କୁ ଶ୍ରେୟ ଦେବି ବୋଲି କହିଛନ୍ତି |