ଆସନ୍ତା କାଲି ଠାରୁ ପୁରୁଷୋତ୍ତମପୁର ସହର ରେ ଆରମ୍ଭ ହେବ ପଞ୍ଚ ଠାକୁରାଣୀ ଯାତ୍ରା,(ସେଥିପାଇଁ ପରି ଚାଳନା, କମିଟି, ବଜାର କମିଟି ଓ ସହର ବାସୀ ଚଳ ଚଞ୍ଚଳ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ବଡବଜାରଠାରେ ପଞ୍ଚ ଠାକୁରାଣୀ ଯାତ୍ରା ନିମନ୍ତେ ସମସ୍ତ ଵିଧି, ବ୍ୟବସ୍ତା ସରି ଯାଇଛି, ତେବେ ଆସନ୍ତା କାଲି ମାଆଙ୍କ ଆଗମନ କୁ ଅପେକ୍ଷା ଅଛି । କାଲି ସନ୍ଧ୍ୟାରେ ପ୍ରଥମେ କନକା ଠାକୁରାଣୀ ଙ୍କ ପାଖକୁ ଆଂଜ୍ଞା ମାଳ ଧରି ପାଟ ପଟୁଆର ରେ ଯାଇ ମାଆଙ୍କ ପୂଜା ର୍ଚନା ସାରି କେବଳ ତାଙ୍କ ପାଖରୁ ପଡ଼ିବାକୁ ଥିବା କୃପାମାଳ କୁ ଅପେକ୍ଷା। ଆଜ୍ଞା ମାଳ ପଡିଲା ପରେ ଅସ୍ଥାୟୀ ମଣ୍ଡପକୁ ନେଇ ସ୍ଥାପନା ପରେ ଅନ୍ୟ ଠାକୁରାଣୀ ଙ୍କ ପାଖକୁ ଯାଇ ତାଙ୍କ ଆଂଜ୍ଞା ମାଳ ଧରି ଅସ୍ଥାୟୀ ମଣ୍ଡପ ରେ ପୂଜାର୍ଚନା, ଭୋଗ ରାଗ ସହିତ ଅନ୍ନ ପ୍ରସାଦ ଭୋଗ କରାଯାଇ ପହୁଡ଼ କରାଯିବ ଏବଂ ସକାଳୁ ପୁଣି ମାଆଙ୍କ ଦୈନନ୍ଦିନ ରୀତିନୀତି ପ୍ରକାରେ କାର୍ଯ୍ୟକ୍ରମ କରାଯିବ । ଏହା ପ୍ରାୟ ଏକମାସ ପର୍ଯ୍ୟନ୍ତଅର୍ଥାତ ଜୁନ ଆଠ ତାରିଖ ଦିନ ପରିସମାପ୍ତି ଘଟାଇ ଠାକୁରାଣୀ ମାନଙ୍କୁ ଯେଝା ମନ୍ଦିରକୁ ବିଦାୟ ଦିଆଯିବ । ପୁରୁଷୋତ୍ତମପୁର ସହରରେ ପ୍ରତି ଦୁଇ ବର୍ଷ ରେ ଥରେ ଐତିହାସିକ ପରମ୍ଫରା ଅନୁଯାୟୀ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ,ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ପ୍ରଭୁତି ପଞ୍ଚ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୁଏ । ଏହି ଯାତ୍ରାଅଧିକାରୀ ଭାବେ ରମାକାନ୍ତ ଦାଶ, କପିଳେଶ୍ଵରର ବଣିକ ସଙ୍ଘ,ଯାତ୍ରା ପରିଚାଳନା କମିଟି ଏବଂ ପୁରୁଷୋତ୍ତମପୁର ସହର ବାସୀ ଙ୍କ ସଂଯୋଜନା ରେ ଆୟୋଜନ କରାଯାଇଛି ଏଥିରେ କପିଳେଶ୍ୱର ବଣିକ ସଂଘର ସଭାପତି ରବିନ୍ଦ୍ର କୁମାର ପାତ୍ର ଙ୍କ ସହିତ ସମ୍ପାଦକ ତ୍ରିନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣ ଦାଶ, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ରବିନାରାୟଣ ପଣ୍ଡାଙ୍କ ସମେତ ସହରର ବହୁ ମାନ୍ୟଗନ୍ୟବ୍ୟକ୍ତି ଓ ରାଜନେତା, ଯୁବଗୋଷ୍ଟି ସମସ୍ତ ୱାର୍ଡର କାଉନସିଲରଏବଂ ଜନସାଧାରଣ ଙ୍କ ସହଯୋଗ ରେ ଏହି ଯାତ୍ରା ଚାଲିବ ବୋଲି ଯାତ୍ରା କମିଟି ସୂଚନା ଦେଇଛନ୍ତି ।