
ବାଲିଗୁଡା,୦୧/୦୫ [ସୁକାନ୍ତ କୁମାର ତ୍ରିପାଠୀ ]ବାଲିଗୁଡା : ଗତକାଲି ସ୍ଥାନୀୟ ପାଟଖଣ୍ଡା ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘ ବାଲିଗୁଡ଼ା ଆନୁକୁଲ୍ୟରେ ଶ୍ରୀ ବି. ଲୋକନାଥ ପାତ୍ର ଓ ଶ୍ରୀମତୀ ରତ୍ନମଣି ପାତ୍ରଙ୍କ ୫୫ ତମ ବିବାହ ବାର୍ଷିକୀ ପାଳିତ ହୋଇଯାଇଛି।ଏଥିରେ ସଂଘର ଉପସଭାପତି ଶ୍ରୀ ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ପ୍ରାୟ ୭୦ ସଦସ୍ୟ, ସଦସ୍ୟା ଯୋଗ ଦେଇ ଶ୍ରୀ ପାତ୍ରଙ୍କର ଦାମ୍ପତ୍ୟ ଜୀବନ ଦୀର୍ଘ ଓ ସୁଖମୟ କାମନା
କରିଥିଲେ। ସଂପାଦକ ଶ୍ରୀ ମନ୍ମଥ କୁମାର ରାଉଳ , ପ୍ରହ୍ଲାଦ ପ୍ରସାଦ ଲେଙ୍କା, ରାଜକିଶୋର ସାହୁ ଏବଂ ଶ୍ରୀ ପାତ୍ରଙ୍କ ପୁଅ,ବୋହୂ ,ନାତି ,ନାତୁଣୀ ଆହୁରି ଅନେକ ଶୁଭେଚ୍ଛୁ ଯୋଗ ଦେଇ ଶ୍ରୀ ପାତ୍ର ଙ୍କର ଗୁଣ ଗାନ କରିଥିଲେ । ବରିଷ୍ଠ ନାଗରିକ ସଂଘର ଏହା ଏକ ନୂତନ କାର୍ଯ୍ୟକ୍ରମ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।