ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ଚନ୍ଦନ ଚାପ ଆରମ୍ଭ 

କଣ୍ଟିଲୋ, (ପ୍ରଭାକର ଶିରୋମଣି):- ପବିତ୍ର ଅକ୍ଷୟ ତୃତୀୟା ଅବସର ରେ  ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଚନ୍ଦନ ଚାପ ଆଜି ବୁଧବାର ଆରମ୍ଭ ହୋଇଛି । ଏହି ଚନ୍ଦନ ଚାପ ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ, ଲକ୍ଷ୍ମୀ, ସରସ୍ୱତୀ ଓ ଶିବ ପାର୍ବତୀଙ୍କ ଗହଣରେ ୨ ଗୋଟି ସୁସଜ୍ଜିତ ମଣି ବିମାନରେ ଚନ୍ଦନ ପୁଷ୍କରିଣୀ କୁ ଛତିଶା ନିଯୋଗ ଓ ସଂକୀର୍ତ୍ତନ ମାଧ୍ୟମରେ ବିଜେ ହୋଇଥିଲେ । ଆପଟ ମାନେ ବିମାନ କାନ୍ଧରେ ବହନ କରି ଆସିଥିଲା ବେଳେ ଚନ୍ଦନ ମଣ୍ଡପ ରେ ଅବତରଣ କରିଥିଲେ । ବିମାନ ମଧ୍ୟରୁ ପାଳିଆ ସେବାୟତ ମାନେ ଠାକୁର ମାନଙ୍କୁ ହାନ୍ଦୋଳା ରେ ଧରି ଚାପ ଡ଼ଙ୍ଗା ନନ୍ଦା ଓ ଭଦ୍ରା ଉପରେ ଉପଵେଶନ କରାଇଥିଲେ । 
           ପ୍ରଥା ଅନୁସାରେ ଦିନରେ ପୁଷ୍କରିଣୀ ମଧ୍ୟରେ ଗୋଟିଏ ଥର ଚାପ ଡ଼ଙ୍ଗା କୈବର୍ତ୍ତ ମାନଙ୍କ ଦ୍ୱାରା ବୁଲାଇବା ପରେ ଶ୍ରୀ ବିଗ୍ରହ ମାନଙ୍କୁ ସେବାୟତ ମାନେ ନେଇ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚନ୍ଦନ କର୍ପୁର ମିଶ୍ରିତ ଜଳ କୁଣ୍ଡରେ ରଖି ଥାନ୍ତି ଓ ସନ୍ଧ୍ୟା ଆଳତୀ ପରେ ରାତ୍ରୀ ଚାପରେ ୩ ଘେରା ଠାକୁର ମାନଙ୍କୁ ବୁଲା ଯାଇଥାଏ । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ପ୍ରଭୁ ମାନବୀୟ ଲୀଳା କରିଥାନ୍ତି ବୋଲି ପ୍ରବାଦ ରହିଛି । ଏହି ପରମ୍ପରା ୨୧ ଚାପ ଭଉଁରୀ ଉତ୍ସବ ଅବସରରେ  ଦିନ ଚାପ  ୨୧ ଘେରା ଓ ୮୪ ଘେରା ଭଉଁରୀ ଚାପ ପୁଷ୍କରିଣୀ ର ପ୍ରତ୍ୟେକ କୋଣରେ ବୁଲିଥାନ୍ତି । ରାତି ଚାପ ରେ ପୁଷ୍କରିଣୀ ଭିତରେ ଦିହୁଡି   ଜାଳିବାର ପରମ୍ପରା ରହିଛି । ୨୨ ଚାପ ଦିନ ରାତ୍ରୀ ରେ ଶ୍ରୀ ଜୀଉ ମାନେ ମନ୍ଦିର ପ୍ରତ୍ୟାବର୍ତନ କରିଥାନ୍ତି । ଏହି ଚନ୍ଦନ ଚାପ ଖେଳିବା ଅବସରରେ ସେବାୟତ ମାନଙ୍କ କଣ୍ଠ ରୁ ସ୍ୱାଭାବିକ ଭାବରେ ଏକ ଗୀତ ବୋଲା ଯାଇଥାଏ। ବୈଶାଖମାସ ଶୁକ୍ଳପକ୍ଷ ତୃତୀୟାରେ ବିଜେ କରି, ଚାପକୁ ବିଜୟେ ମଦନ ମୋହନ କରିବାକୁ ଜଳ କେଳି…..ହେ  ନୀଳାଦ୍ରି ବିହାରୀ…. ଇତ୍ୟାଦି l 

You might also like
error: Content is protected !!