ଶିଳ୍ପ ମନ୍ତ୍ରୀଙ୍କ ନୀଳମାଧଵ ଦର୍ଶନ

ନୟାଗଡ,( ପ୍ରଭାକର ଶିରୋମଣି ):- ଶିଳ୍ପ, ଇସ୍ପାତ ଓ ବୈଷୟିକ ଶିକ୍ଷା  ମନ୍ତ୍ରୀ ସମ୍ପଦଚନ୍ଦ୍ର  ସ୍ୱାଇଁ ଆଜି ଗୁରୁବାର ସନ୍ଧ୍ୟାରେ କଣ୍ଟିଲୋ ଆସି ନୀଳମାଧଵ ମନ୍ଦିର କୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ଦର୍ଶନ ସମୟରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସମେତ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ । ଦର୍ଶନ ପରେ କଂସା ବାସନ ଶିଳ୍ପ ଉପରେ ପ୍ରସିଦ୍ଧି  ଲାଭ କରି ଥିବା କଂସା ନିର୍ମିତ ଏକ ବାସନ ସେଟ ନିଖିଳ ଉତ୍କଳ କଂସାରୀ ସମାଜ କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣା ମାନ୍ୟବର ମନ୍ତ୍ରୀ ଙ୍କୁ  ଉପହାର ସ୍ୱରୂପ ପ୍ରଦାନ କରିବା  ସଙ୍ଗେ ସଙ୍ଗେ  କଣ୍ଟିଲୋ କାରିଗର ମାନଙ୍କ ଦୟନୀୟ ପରିସ୍ଥିତି ବିଷୟରେ ସମ୍ୟକ ସୂଚନା ଦେଇଥିଲେ ।

You might also like
error: Content is protected !!