ଇ. ରଞ୍ଜନ :- କୁକୁଡାଖଣ୍ଡି ସାରା ରାଜ୍ୟ ରେ ଜାତୀୟ ପଂଚାୟତ ରାଜ ଦିବସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ପାଳିତ ହୋଇଥିବା ବେଳେ ଗୁରୁବାର କୁକୁଡାଖଣ୍ଡି ବ୍ଲକରେ ଘୋର ଅବ୍ୟବସ୍ଥା ମଧ୍ୟରେ ପଂଚାୟତ ରାଜ ଦିବସ ପାଳନ ହୋଇଯାଇଛି l ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ବିଡ଼ିଓ ପୋଲ୍ଲବୀ ସ୍ୱାଇଁ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମ ମଞ୍ଚସ୍ତ ହୋଇ ପ୍ରଦୀପ ଜ୍ୱଳନ କରିଥିବା ସହ ଜାମ୍ମୁକାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଙ୍କ ଆଖି ବୁଝା ଗୁଳି ଚାଲାଣ ରେ ଅକାଳ ପ୍ରାଣହାନି ଘଟିଥିବା ବ୍ୟକ୍ତିଙ୍କ ନିମନ୍ତେ ନିରବ ପ୍ରାଥନା କରାଯାଇ ସଭା ଆରମ୍ଭ କରାଯାଇଥିବା ବେଳେ ପଂଚାୟତ ରାଜ ଦିବସ ଉପରେ ଆଲୋଚନା ଜାରିରହିଥିଲା l ବ୍ଲକ ପରିସରରେ ଥିବା ୨ ଟି ପ୍ରତିମୂର୍ତ୍ତି ଜାତିରପିତା ମହାତ୍ମା ଗାନ୍ଧୀ ଏବଂ ପ୍ରଭାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି କୁ ସମ୍ପୂର୍ଣ ଅଣଦେଖା କରାଯାଇଥିବା ନେଇ ସୋସିଆଲ ମିଡ଼ିଆ ରେ ଭାଇରଲ ସହ ନିନ୍ଦିତ ପରେ ବିଧାୟକ ଶ୍ରୀ ମହାପାତ୍ର ତତ୍ପରତା ଦେଖାଇ ପୁଷ୍ପ ନେଇ ୨ ପ୍ରତିମୂର୍ତ୍ତି ପାଦ ସ୍ବର୍ଶରେ ପୁଷ୍ପଦେଇଥିବା ଦେଖାଦେଇଥିଲା l ପରେ ସରପଞ୍ଚଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା l ଏହି ଘଟଣା କୁ ନେଇ ବ୍ଲକ ପ୍ରଶାସନକୁ ନିନ୍ଦା କରିଛନ୍ତି ବିଜେଡିର ବହୁ କର୍ମୀ l ପଂଚାୟତ ରାଜ ଦିବସ ପାଳନ ନିମନ୍ତେ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା କାର୍ଯ୍ୟକ୍ରମ ସମ୍ପାଦନ ସହ ଆସିଥିବା ଜନସାଧାରଣଙ୍କୁ ଖାଦ୍ୟପେୟ ନିମନ୍ତେ ଖର୍ଚ୍ଚ ନିମନ୍ତେ ଆସିଥିବା ଟଙ୍କାକୁ ସଠିକ ବିନିଯୋଗ କୁ ନେଇ ଜନମାନସ ରେ ଦ୍ଵନ୍ଦ ସୃଷ୍ଟି କରିଛି l କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଵାଷଣ ମଝିରେ ଏଲଇଡି ବନ୍ଦ ସହ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିବା ବେଳେ ବହୁ ଲୋକଙ୍କୁ ଖାଦ୍ୟର ଅଭାବ ରୁ ଭୋକିଲା ରେ ସଭା ସ୍ଥଳରୁ ନିରାଶ ହୋଇ ଫେରିଯାଇଥିବା ଦେଖାଦେଇଛି l ଏଭଳି କାର୍ଯ୍ୟକ୍ରମ କୁ ନେଇ ବ୍ଲକ ପ୍ରଶାସନର ସ୍ୱଚ୍ଛତା ନେଇ ପ୍ରଶ୍ନ ସୃଷ୍ଟି କରିଛନ୍ତି ବୃଦ୍ଧିଜୀବି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଏସଏସଓ ମନୋଜ ପ୍ରଧାନ, ସରପଞ୍ଚ ସଙ୍ଘ ସଭାପତି ବୈଶିଷ୍ଟ୍ୟ ଜେନା,ପୂର୍ବତନ ସମବାୟ ସଙ୍ଘ ସଭାପତି ସଂଗ୍ରାମ ସିଂ,ଙ୍କ ସମେତ ସରପଞ୍ଚ ଏବଂ ସମିତିସଭ୍ୟ ଓ ମାନ୍ୟଗଣ୍ୟ ବହୁ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l