ବିଶ୍ଵବିଦ୍ୟାଳୟ ସ୍ତରରେ ୨ୟ ଟପ୍ପର ହେଲେ ପିପୂଲ୍ସ କଲେଜର ଶିବାନୀ

ବିଶ୍ଵବିଦ୍ୟାଳୟ ସ୍ତରରେ ୨ୟ ଟପ୍ପର ହେଲେ ପିପୂଲ୍ସ କଲେଜର ଶିବାନୀ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍ଥାନୀୟ ପିପୁଲ୍ସ କଲେଜ୍ ର ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ ବିଶ୍ୱବିଦ୍ୟାଳୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଛନ୍ତି । ସେ ୧୪୦୦ ମାର୍କରୁ ୧୧୮୭ ମାର୍କ ରଖି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେରେ ୨ୟ ସ୍ଥାନ ଅଧିକାର କରିଛନ୍ତି। ଶିବାନୀ ବେଲଗୁଣ୍ଠା ବ୍ଲକ ଅଧୂନସୁ ଜିରୋଳି ଗ୍ରାମର ନିରାକାର ରାଉତ ଏବଂ ମମତା ରାଉତଙ୍କ ସୁକନ୍ୟା ହୋଇଥିବା ବେଳେ ସେ ମାମୁଁ ଘର ରାମଣ୍ଡାରେ ରହି ପିପୁଲ୍ସ କଲେଜ୍ ରେ ଅଧ୍ୟୟନ କରୁଥିଲେ। ଶିବାନୀ ଆଗକୁ ଦିଲ୍ଲୀର ଜବାହାର ଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସହ UPSC ପରୀକ୍ଷା ଦେଇ ପ୍ରଶାସିକା ହେବାକୁ ଲକ୍ଷ୍ୟ ରଖୁଛନ୍ତି। ଶିବାନୀ ତାଙ୍କ ସଫଳତାର ଶ୍ରେୟ କଲେଜର ଅଧକ୍ଷ ହରିକୃଷ୍ଣ ନାୟକ, ବିଭଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଡକ୍ଟର ବିନୋଦ କୁମାର କର, ଲୋକନାଥ ବେହେରା, ପବିତ୍ର ଖଣ୍ଡୁଆଳ, ପିତା, ମାତା, ଅଜା, ଆଇ, ମାମୁଁ, ମାଇଁ, ଏବଂ ଅନ୍ୟ ସ‌ହପାଠୀ ମାନଙ୍କୁ ଦେଇଛନ୍ତି I ସୂଚନା ଯୋଗ୍ୟ ପିପୁଲ୍ସ କଲେଜ୍ ର ରାଜନୀତି ବିଜ୍ଞାନ ବିଭାଗ ୨୦୨୨, ୨୦୨୩, ୨୦୨୪, ୨୦୨୫ ଲଗାତର ୪ ବର୍ଷ ଧରି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ର +୩ ଶେଷ ବର୍ଷ ପରୀକ୍ଷା ଫଳରେ ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇ ଆସୁଛି । ଯାହା ଏ ଅଞ୍ଚଳ ପାଇଁ ଗୌରବର ବିଷୟବସ୍ତୁ ।

You might also like
error: Content is protected !!