ସତ୍ୟ ସୁନ୍ଦର ମିଶ୍ର ଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ

    ନୟାଗଡ(ପ୍ରଭାକର ଶିରୋମଣି):-  କଣ୍ଟିଲୋ,ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହା ବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ତଥା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ବିଧାୟଳ ସ୍ବର୍ଗତ ସତ୍ୟ ସୁନ୍ଦର ମିଶ୍ରଙ୍କ ତ୍ରୟୋଦଶ ବାର୍ଷିକ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶୁକ୍ରବାର ନୀଳମାଧଵ ମହାବିଦ୍ୟାଳୟ ପରିସର ରେ ପ୍ରତିଷ୍ଠିତ ସତ୍ୟ ସୁନ୍ଦର ମିଶ୍ର ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପ ମାଲ୍ୟ ଓ ଉତ୍ତରୀୟ ପ୍ରଦାନ  କରାଯାଇଥିଲା l ଏହି ସମୟରେ ସ୍ବର୍ଗତ ସଭାପତିଙ୍କ  ପରିବାର ପକ୍ଷରୁ ଜ୍ୟେଷ୍ଠ ପୁତ୍ର କୁମାର ପିୟୁଷ ପ୍ରସାଦ ମିଶ୍ର, ପୁତ୍ର ବଧୂ ବିଷ୍ଣୁ ପ୍ରିୟା ମିଶ୍ର ଓ ନାତି   ନିର୍ଲିପ୍ତ ମିଶ୍ର ଉପସ୍ଥିତ ଥିଲା ବେଳେ ମହାବିଦ୍ୟାଳୟ ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ଅଧ୍ୟାପକ ଶରତ କୁମାର ସାହୁ., ଅଧ୍ୟାପକ ରାଜୀବ ଲୋଚନ ମିଶ୍ର, ଅଧ୍ୟାପକ ରମେଶ ଚନ୍ଦ୍ର  ପାଢ଼ୀ ଓ ଦିଲୀପ କୁମାର ସାହୁ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଶ୍ରୀ ନୀଳମାଧଵ ଜୀଉଙ୍କ ସେବାୟତ ଶ୍ରୀବତ୍ସ  ମିଶ୍ର ଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା l ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l 

You might also like
error: Content is protected !!