ପୁରୁଷୋତ୍ତମପୁର ବଡବଜାରଠାରେ ପଞ୍ଚ ଠାକୁରାଣୀ ଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ଗଞ୍ଜାମ, ପୁରୁଷୋତ୍ତମପୁର ସହରରେ ପ୍ରତି ଦୁଇ ବର୍ଷ ରେ ଥରେ ଐତିହାସିକ ପରମ୍ଫରା ଅନୁଯାୟୀ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ,ତାରାତାରିଣୀ,କାଳୀ ଓ ଫୁଲସୁନ୍ଦରୀ ପ୍ରଭୁତି ପଞ୍ଚ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୁଏ । ଏଥିସକାଶେ ଶୁକ୍ରବାର ରାତି ୮ ଘଣ୍ଟା ସମୟ ରେ ବଡବଜାର ନିକଟସ୍ଥ ପଞ୍ଚ ଠାକୁରାଣୀ ଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଯାତ୍ରାଅଧିକାରୀ ରମାକାନ୍ତ ଦାଶ ଏବଂ ପୁରୁଷୋତ୍ତମପୁର ସହର ବାସୀ ଙ୍କ ସଂଯୋଜନା ରେ ଆୟୋଜନ କରାଯାଇଛି ଏଥିରେ କପିଳେଶ୍ୱର ବଣିକ ସଂଘର ସଭାପତି ରବିନ୍ଦ୍ର କୁମାର ପାତ୍ର ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ତ୍ରିନାଥ ପଣ୍ଡା, ପୂର୍ବତନ ସଭାପତି ଦୁର୍ଗାଚରଣ ଦାଶ, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ସହ ସମ୍ପାଦକ ରବିନାରାୟଣ ପଣ୍ଡାଙ୍କ ସମେତ ସହରର ବହୁ ମାନ୍ୟଗନ୍ୟବ୍ୟକ୍ତି ଓ ସମସ୍ତ ୱାର୍ଡରୁ ଜନସାଧାରଣ ଯୋଗଦେଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ପାରମ୍ପରିକ କାର୍ଯ୍ୟକ୍ରମର ଶୁଭଲଗ୍ନ ସ୍ଥିର କରାଯାଇଛି। ଆସନ୍ତା ୨୦ ତାରିଖରେ ଡାକବାନା, ୨୩ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇ ଆସନ୍ତା ମେ’ ୭ ତାରିଖରେ ମା’ ପଞ୍ଚ ଠାକୁରାଣୀଙ୍କୁ ଆମନ୍ତ୍ରଣ କରି ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରେ ବିଜେ କରାଯାଇ ଯାତ୍ରା ଆରମ୍ଭ ହେବ। ଜୁନ ମାସ ୮ ତାରିଖରେ ମା’ଙ୍କୁ ବିଦାୟ ଦିଆଯାଇ ଯାତ୍ରା ଶେଷ ହେବ । ଦୀର୍ଘ ଏକମାସ ବ୍ୟାପୀ ପୁରୁଷୋତ୍ତମପୁର ସହରରେ ଯାତ୍ରା ଚାଲିବ। ଏହାକୁ ସୁଚାରୁରୂପେ ଶାନ୍ତି ଶୁଙ୍ଖଳା ର ସହିତ ପରିଚାଳନା କରିବା ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଥିବା ନେଇ କପିଳେଶ୍ଵର ବଣିକ ସଂଘ ଏବଂ ଯାତ୍ରା ଅଧିକାରୀ ସୂଚନା ଦେଇଛନ୍ତି ।

You might also like
error: Content is protected !!