କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ

ଆର.ଉଦୟଗିରି (ମନୋଜ କୁମାର ପାଢୀ):- ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓଙ୍କ ସଭାପତିତ୍ବ ରେ ଏକ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ସହ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ । ବୈଠକର ଆରମ୍ଭରେ ଶ୍ରୀ ଏସ ରାମାରାଓ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରୁଥିବାରୁ ମାନ୍ୟବର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏ ବର୍ଷ ଗ୍ରୀଷ୍ମ ଅବକାଶରେ ଶିକ୍ଷକମାନେ ୱାଟ୍ସଅପ ଗ୍ରୁପ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ଘରକାମ ଦିଆଯିବା ସହ ପ୍ରତିଦିନ ସନ୍ଧ୍ୟାରେ ୱାଟ୍ସଅପ ମାଧ୍ୟମରେ ସନ୍ଦେହ ଦୂରୀକରଣ କ୍ଲାସ କରିବା ଓ ଅଭିଭାବକଗଣ ଏଥିନିମନ୍ତେ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ସରକାରଙ୍କ ତରଫରୁ ବହି, ପୋଷାକ,ସାଇକେଲ ଓ ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଥିବା ଯୋଗୁଁ ଅଭିଭାବକବୃନ୍ଦ ଆନନ୍ଦ ପ୍ରକାଶ କରିଥିଲେ । ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କର ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
error: Content is protected !!