ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ

ବାଲିଗୁଡା, ୧୩/୦୪ [ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବାଳିକା ଶିକ୍ଷାର ପ୍ରଚାର, ପ୍ରସାର ତଥା ସେମାନଙ୍କ ବ୍ୟକ୍ତିତ୍ଵ ବିକାଶରେ ବାଧକ ସାଜୁଥିବା ପ୍ରତିକୂଳ ପରିବେଶ ସମ୍ପର୍କରେ ଆଲୋଚନା ହୋଇଥିଲା। ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଏକ ମହତ୍ତ୍ବପୂର୍ଣ୍ଣ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାମାନଙ୍କୁ ସୁରକ୍ଷା ଦେବା, ଶିକ୍ଷାରେ ଛାତ୍ରୀମାନଙ୍କ ସକ୍ରିୟ ଭାଗିଦାରୀତାକୁ ସୁନିଶ୍ଚିତ କରିବାବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଏବଂ ସମାଜରେ ମହିଳାଙ୍କ ସ୍ଥାନକୁ ମଜବୁତ କରିବା । ଏହା ମୁଖ୍ୟତଃ ଲିଂଗ ଅସମାନତା ଦୂର କରିବା ଏବଂ ଶିଶୁ କନ୍ୟାମାନଙ୍କ ପ୍ରତି ସମାଜରେ ସଚେତନ‌ତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ରଖାଯାଇଛି ବୋଲି ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଥିଲେ। ଶେଷରେ ସମସ୍ତ ସଦସ୍ୟ ବିଦ୍ୟାଳୟ ରେ ବାଳିକା ଶିକ୍ଷାପାଇଁ ଏକ ଭୟମୁକ୍ତ ବାତାବରଣ ସୃଷ୍ଟିର ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା, ବାମଚନ୍ଦ୍ର ପ୍ରଧାନ, ଦିବ୍ୟସିଂ ପ୍ରଧାନ,ଦୀପକ କୁମାର କହଁର, ଅପର୍ଣ୍ଣା ନାୟକ ଓ ସୁଚିସ୍ମିତା ପ୍ରଧାନ, ସାଗ୍ନିକା ସେଠି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

You might also like
error: Content is protected !!