ପାରଳା ମୁଖ୍ୟ ବଜାରରେ ସମାଧାନ ହୋଇ ପାରୁନି ଟ୍ରାଫିକ ସମସ୍ୟା।

ପାରଳା ମୁଖ୍ୟ ବଜାରରେ ସମାଧାନ ହୋଇ ପାରୁନି ଟ୍ରାଫିକ ସମସ୍ୟା।

ଆର.ଉଦୟଗିରି(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ଆଜି ଯାଏଁ ସମାଧାନ ହୋଇ ପାରୁନି ଟ୍ରାଫିକ ସମସ୍ୟା। ଉକ୍ତ ମୁଖ୍ୟ ବଜାର ର ମୁଖ୍ୟ ରାସ୍ତାଟି ଉଠା ଦୋକାନୀ ଙ୍କ କବଜାରେ ଥିବା ବେଳେ ସ୍ଥାନୁ ହୋଇ ରହିଛି ପାରଳାଖେମୁଣ୍ଡି ପୌର ପରିଷଦ। ପୌର ପରିଷଦ ରେ ଦୀର୍ଘ ଦିନ ହେଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସ୍ଥାୟୀତ୍ବ ନଥିବା ବେଳେ ଏବକୁ ବହୁ କାର୍ଯ୍ୟଭାର ନେଇ ବଦଳି ହୋଇ ଯାଇଛନ୍ତି। ଏପରିକି ନିର୍ବାଚିତ ପ୍ରତିନିଧି ବି ଅହସାୟ ହୋଇ ପଡିଛନ୍ତି। ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ଯୋଗୁଁ ସାଧାରଣ ହଇରାଣ ହେଉଥିବା ବେଳେ ଏଥି ପ୍ରତି କାହାର ଦୃଷ୍ଟି ପଡୁ ନାହିଁ। ବିଶେଷ ଭାବେ ବଜାର ଠାରୁ ରାଜ ଦାଣ୍ଡ ରାସ୍ତା ଟି ଏପରି ହୋଇଛି ଯେ ରାସ୍ତା ମଧ୍ୟରେ ମଟର ସାଇକେଲ ରଖି ରାସ୍ତା ଅବରୋଧ କରି ଦିଆ ଯାଇଛି। ଏପରି ରାସ୍ତା ଜାମ କରିବା ପାଇଁ କିଏ ଅନୁମତି ଦେଉଛନ୍ତି ତାହା ଜାଣିବା କଷ୍ଟ ସାଧ୍ୟ ହେଉଛି। କାରଣ ଏହି ଯାନବାହାନ ରଖିବା ପାଇଁ ପୌର ପରିଷଦ ପକ୍ଷରୁ ଷ୍ଠ।ଣ୍ଡ ହୋଇଛି ହେଲେ ତାହା ଫାଙ୍କା ରହୁଛି। କିନ୍ତୁ ରାସ୍ତା ମଧ୍ୟରେ ଯାହାନ ବାହନ ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରାଯାଉଛି। ହେଲେ କଣ କଲେ ଏହାର ସମାଧାନ ହୋଇ ପାରିବ ସେ ନେଇ ବିଭିନ୍ନ ମତ ଅଭିଯୋଗ ମାନ ଶୁଣିବାକୁ ମିଳୁଛି।

You might also like
error: Content is protected !!