ନୟାଗଡ,(ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ହାଟ ମୁଣ୍ଡ ପାଟଣା ସାହିରେ ୨୦୦ ଵର୍ଷ ରୁ ଉର୍ଦ୍ଧ୍ୱ ସମୟ ହେଲା ପ୍ରତିଷ୍ଠିତ ଗ୍ରାମ ଦେବତୀ ମା ‘ ହେଙ୍ଗୁଳାଇ ଠାକୁରାଣୀ ଙ୍କ ଜନ୍ମ ବାର୍ଷିକୀ ଉତ୍ସବ ଆଜି ଶନିବାର ପାଳିତ ହୋଇଯାଇଛି l ଏହି ଅବସରରେ ଉତ୍ସାହୀ ସଭ୍ୟ ମାନଙ୍କ ଦ୍ୱାରା ଅଧିବାସ, କଳସ ଯାତ୍ରା ଓ ଯଂଜ୍ଞାଦି କର୍ମ ସମାପନ ହୋଇଥିଲା l ସନ୍ଧ୍ୟା ସମୟରେ ମହିଳା ମାନଙ୍କ ଦ୍ୱାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରତିବର୍ଷ ଭଳି ହୋଇ ଆସୁଥିବା ପ୍ରତିଷ୍ଠା ଦିବସ ଆଜି ସମାରୋହରେ ଗ୍ରାମ ବାସୀଙ୍କ ସହାୟତାରେ ସମାପନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ବ୍ୟକ୍ତି ବିଶେଷ ଓ ମହିଳା ଶ୍ରଦ୍ଧାଳୁ କଳସ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ l