ତାରାତାରିଣୀ, ମହାବିଦ୍ୟାଳୟରେ ସ୍ବେଚ୍ଛାକୃତରକ୍ତଦାନ,ଶିବିର

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):-ତାରାତାରିଣୀ,ମହାବିଦ୍ୟାଳୟରେ,ସ୍ବେଚ୍ଛାକୃତ,ରକ୍ତଦାନ.ଶିବିର ଓଡ଼ିଆ ପକ୍ଷ ପାଳନ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏମ କେ ସି ଜି . ର ରକ୍ତ ଭଣ୍ଡାର ଟିମ୍ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ନିମନ୍ତେ ପ୍ରୋତ୍ସାହନ କରିଥିଲେ । 31 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ନୋଡାଲ ଅଫିସର ଶ୍ରୀଯୁକ୍ତ ଏନ୍ ମୋହନ ନାଇଡୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ମୀନାକ୍ଷୀ ଦାଶ, ସ୍ୱାଗତିକା ଦାସ, ଶ୍ରୀଯୁକ୍ତ ସମୀର ମିଶ୍ର ସହଯୋଗ କରିଥିଲେ। ଅଧ୍ୟାପକ ଅନିଲ କୁମାର ସାହୁ, ପ୍ରସାଦ କୁମାର ବେହେରା, ଶ୍ରୀଯୁକ୍ତ ମୀନକେତନ ନାୟକ, ଦୀପକ କୁମାର ବେହେରା, ଦିଗମ୍ବର ପଣ୍ଡା ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

You might also like
error: Content is protected !!