“ଘୁମୁସରର ସ୍ୱର” ପକ୍ଷରୁ ୧୪୮ତମ ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ

"ଘୁମୁସରର ସ୍ୱର" ପକ୍ଷରୁ ୧୪୮ତମ ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):– ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସରର ସ୍ୱର” ପକ୍ଷରୁ ୧୪୮ତମ ପୂର୍ଣ୍ଣମୀ ସାହିତ୍ୟ ଆଲୋଚନା ଚକ୍ର ଓ ଭଞ୍ଜ ଜୟନ୍ତୀ ବାଲିପଦର ଫ୍ରେଣ୍ଡସ୍ କ୍ଳବ୍ ସଭା କକ୍ଷରେ ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଯୁବ ସମାଜସେବୀ ତଥା ବାଲିପଦର ମହୋତ୍ସବ କମିଟି କମିଟିର କୋଷାଧ୍ୟକ୍ଷ ଜି. ସଞ୍ଜିବ କୁମାର ପାତ୍ର କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରି ଥିବାବେଳେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ କୃତ୍ତିବାସ ବିଶ୍ବାଳ ମୁଖ୍ଯ ଅତିଥି,ଜୟନ୍ତୀ ପଢ଼ିଆରୀ ,ସନ୍ତୋଷ କୁମାର ଜେନା, ଅନୁପମ ବାନାର୍ଜୀ, ଅନନ୍ତ କର, ଲିଙ୍ଗରାଜ ଦାସ, ଇଂ. ବିପ୍ର ଚରଣ ପାତ୍ର, ଦେବନାଥ ରଣା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟ ସମଗ୍ର ବିଶ୍ବର ଅନନ୍ୟ ସାହିତ୍ୟ, ସଂସ୍କୃତ ସାହିତ୍ୟ ସହ ସମକକ୍ଷ ଭଞ୍ଜ ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଆକାଶବାଣୀ ବ୍ରହ୍ମପୁରର ଉଦ୍ ଘୋଷକ ତଥା ଗବେଷକ ଡକ୍ଟର ବିଶ୍ବନାଥ ପାଣିଗ୍ରାହୀଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ପାରଦର୍ଶୀତା ପାଇଁ ‘ଘୁମୁସର ର ସ୍ବର’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରି ଥିବାବେଳେ। ଅଧ୍ଯାପକ ଅଶୋକ କୁମାର ସ୍ବାଇଁ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ। ଫ୍ରେଣ୍ଡସ୍ କ୍ଳବ୍ ସମ୍ପାଦକ ଜି. ମନୋଜ କୁମାର ପାତ୍ର ଧନ୍ଯବାଦ ଅର୍ପଣ କରିଥିବା ବେଳେ ସନ୍ୟାସୀ ମହାରଣା, ରାଜେନ୍ଦ୍ର ମହାରଣା, କେ. ବାରାନିଧି ପାତ୍ର, ବ୍ରୁନ୍ଦାବନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କବି ସୁବାସ ଚନ୍ଦ୍ର ତାରିଣୀ, ସୁରେଶ ଚନ୍ଦ୍ର ପାଢ଼ୀ, ପଦ୍ମ ଲୋଚନ ଗୌଡ, କୈଳାସ ଚନ୍ଦ୍ର ପ୍ରଧାନ, ଦ୍ବିତୀକ୍ରୁଷ୍ଣ ବିଶ୍ବାଳ, ଖଲି ପରିଡ଼ା, ବୈଷ୍ଣବୀ ପ୍ରଧାନ, ଜୟନ୍ତୀ ପଢ଼ିଆରୀ ପ୍ରମୁଖ କବିତା ପାଠ କରିଥିଲେ।

You might also like
error: Content is protected !!