ଓଡ଼ିଶା ପକ୍ଷ ପାଳନ ଅବସରରେ “ଲୋକକଳା ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆର,ଉଦୟଗିରି(ମନୋଜ କୁମାର ପାଢ):- ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଗ୍ରାମ ପଞ୍ଚାୟତର ଐତିହ୍ୟ ସମ୍ପନ୍ନ ବଡ଼ ଗାଁ ରେ ଜିଲ୍ଲାର ଲୋକକଳା ଗ୍ରାମ୍ୟ ଭାବେ ପରିଚିତ। ଏହି ଅବସରରେ ଆଜି ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ “ଲୋକକଳା ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଗୋସାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ.ବୀରାରାଜୁ , ଗୋସାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟାନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିଥିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଧାରଣଜନତାଙ୍କ ଆଗ୍ରହ ସହକାରେ ଏକ ଐତିହ୍ୟ ପୂର୍ଣ୍ଣ ମନୋରମ ପରିବେଶ ମଧ୍ୟରେ “ଲୋକକଳା ପାଇଁ ଦିନ ଟିଏ” ଆୟୋଜନ କରାଯାଇଥିଲା । ଏହି ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ବିଶେଷ ଲୋକକଳା କୁ ନିଜ ଜୀବନ ଶୈଳୀରେ ପ୍ରତିପାଦିତ କରିବା ସହ ତାକୁ ଜୀବିତ ରଖି ନୂଆ ପିଢ଼ିକୁ ପ୍ରଦାନ କରୁଥିବାରୁ ଆମ ସମାଜ କୁ ସୁନ୍ଦର ବାର୍ତ୍ତା ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ଓ କନିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା, କଳାକାର ଶ୍ରୀ ହରେ କୃଷ୍ଣ ବିଶ୍ଵାଳ ସମେତ ଗ୍ରାମର ସମସ୍ତ ଲୋକ କଳାକାର ଓ ସ୍ଥାନୀୟ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

You might also like
error: Content is protected !!