ପୁରୁଷୋତ୍ତମପୁର ବ୍ଳକ ଓଡ଼ିଆ ପକ୍ଷ ପାଳନ ଦିବସ ଅବସରରେ ବରିଷ୍ଟ କଳା କାର ଙ୍କୁ ସମ୍ବର୍ଦ୍ଧିତ
ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ପୁରୁଷୋତ୍ତମପୁର ବ୍ଳକ କନଫ୍ରନ୍ସ ହଲରେ ଓଡ଼ିଆ ପକ୍ଷ ପାଳନ ଏବଂ ଲୋକ କଳା ଦିବସ ଅବସର ରେ ପାଞ୍ଚ ଜଣ ବରିଷ୍ଟ କଳାକାର ଙ୍କୁ ମାନ ପତ୍ର ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ କୁ ଭତା ଅଧିକାରୀ କାହ୍ନୁ ଚରଣ ସୋରେନ ଙ୍କ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଓ ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧିକାରୀ ମମତା ମଲ୍ଲିକ ମଞ୍ଚାସିନ ଥିଲା ବେଳେ ପାଞ୍ଚ ଜଣ ବରିଷ୍ଟ କଳାକାର ହେଲେ ପ୍ରତାପୁର ର ରାଧାପ୍ରେମ ଲୀଳା ର ଗୁରୁ ସିମାଞ୍ଚଳ ମହାପାତ୍ର, ସୁନାଥର ଗ୍ରାମର କୃଷ୍ଣ ଲୀଳା ଗୁରୁ କୃଷ୍ଣ ନାହାକ, ରାମ ଲୀଳା ଗୁରୁ, ଝାଡ଼ ବାଇଗ୍ରାମର ଲଡ଼ୁକିଶୋର ଗୌଡ଼ ଭାରତ ଲୀଳା ଗୁରୁ ,ପ୍ରହଲ୍ଲାଦ ନାଟକ ଗୁରୁ ଟଙ୍କା ଛାଇ ର ଆଦିକନ୍ଧ ଗୌଡ଼, ସମସ୍ତେ ମଞ୍ଚାସିନ ଥିଲେ |ଏମାନଙ୍କୁ ବଳରାମ ପଣ୍ଡା ବ୍ଳକ ଉପସଭାପତି ଥିବା ବଳରାମ ପଣ୍ଡା ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନେ ଓଡ଼ିଶାର କଳା, ସଂସ୍କୃତି, ଏବଂ ଏଥିରେ ଜଡିତ କଳାକାର ମାନଙ୍କ ଦୁଃଖ ଦୁର୍ଦଶା କୁ ହୃଦୟ ଙ୍ଗମ କରି ବ୍ଳକ ଅଫିସର ସମସ୍ତ ଷ୍ଟାଫ ମାନେ ପ୍ରତି ମାସରେ ସେମାନଙ୍କ ଦରମାରୁ କିଛି, କିଛି ଅର୍ଥ ଗୋଟିଏ ଫଣ୍ଡ ଗଠନ କରି ସେଥିରୁ ଏହି ଅର୍ଥ ରଖି ଅସୁବିଧାରେରହିଥିବା କଳାକାର ମାନଙ୍କୁ ସହଯୋଗ କରିବା ପାଇଁ ସିପି ବରୁଣ ପାତ୍ର ପ୍ରସ୍ତାବ ଦେଇଥିଲେ, ମଞ୍ଚାସିନ ଅତିଥି ମାନେ ମଧ୍ୟଏହାକୁ ସମର୍ଥନ କରିଥିଲେ | କଳା ବଞ୍ଚି ରହିଲେ ଓଡ଼ିଶାର କଳା, ସଂସ୍କୃତି, କୁ ଲୋକେ ମନେରଖିବେ | ଏହି କାର୍ଯ୍ୟକ୍ରମ ରେବ୍ଲକ ଜିପିଓ ମୀନ କେତନ ବେହେରା, ଏପିଓ ସ୍ମିତା କୁମାରୀ ମିଶ୍ର, ଡେଭଲପ ମେଣ୍ଟ ଅଧିକାରୀ ମୀନ କେତନ ପାଢ଼ୀ, ବ୍ଲଜ ର ସମସ୍ତ ଅଧିକାରୀ ଉପସ୍ଥିତ ରହି ପାଞ୍ଚ କଳା କାର ମାନଙ୍କୁ ପୁରସ୍କୃତ କରିଥିଲେ |