ବାଲିଗୁଡା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡା : ୦୭/୦୪ [ସୁକାନ୍ତ କୁମାର ତ୍ରିପାଠୀ ]ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଗତକାଲି ପାଳିତ ହୋଇଯାଇଛି । ଏଥିରେ ବାଲିଗୁଡା ତହସିଲଦାର ତଥା ବିଡ଼ିଓ ଦୀପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ ରୂପେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧୂକାରୀ ମହେଶ୍ୱର ମାଝୀ ମୁଖ୍ୟ ବକ୍ତା ଭାବେ ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ କାଁହୁଚରଣ ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଠାରୁ ଦୁରେଇ ରହି ଶୈକ୍ଷିକ ବାତାବରଣରେ ଶିକ୍ଷା ପ୍ରତି ଗୁରୁତ୍ବ ଦେଇ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ |
ପ୍ରିନସିପାଲ କାର୍ତିକ ଚନ୍ଦ୍ର ସିଓ, ଗୋପବନ୍ଧୁ ତ୍ରିପାଠୀ, ପୁଷ୍ପରାଣୀ ବେହେରା, ଆଦର୍ଶ ବିଦ୍ୟାଳୟ ପ୍ରିନସିପାଲ ଇତିଶ୍ରୀ ସାହୁ ଯୋଗ ଦେଇଥିଲେ | ପରେ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ବାଲିଗୁଡା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷା ଇତିଶ୍ରୀ ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମଟି ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ସହଯୋଗରେ ସମାପନ ହୋଇ ଥିଲା |