ବାଲିଗୁଡା ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ହନୁମାନ ମନ୍ଦିରରେ ଶ୍ରୀ ସତ୍ୟସାଇ ଭକ୍ତଉତ୍ସବ କାର୍ଯ୍ୟକ୍ରମ
ବାଲିଗୁଡା,୦୭/୦୪ [ସୁକାନ୍ତ କୁମାର ତ୍ରିପାଠୀ ]ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ହନୁମାନ ଚାଳିଶା ଓ ଭକ୍ତଉତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି | ୧୧ ଥର ହନୁମାନ ଚାଳିଶା ପାଠ, ସାଇ ଭଜନ ଏବଂ ହୁନୁମାନଙ୍କ ଜୀବନୀ ଆଧାରିତ ସତସଙ୍ଗ ରେ ସମିତି ଏବଂ ସମିତି ବାହାର ବହୁ ଭାଇ ବଉଣୀ ଯୋଗଦାନ କରିଥିଲେ | 


ଏକଲ ପରିବାର ର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ |ଏକାଦଶ ରୁଦ୍ର ସ୍ୱରୂପ ହନୁମାନଏବଂ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ର ମଙ୍ଗଳ ଆରତୀ ପରେ ସମସ୍ତ କାର୍ଯ୍ୟକ୍ରମ କୁ ଭଗବାନ ଙ୍କ ପାଦପଦ୍ମରେ ସମର୍ପଣ କରାଯାଇଥିଲା |