ସୁନ୍ଦରପୁର ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ

ଛତ୍ରପୁର,(ବିଚିତ୍ର ସାହୁ):- ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ୨୦୨୫ ଏବଂ ଶିଶୁ ବାଟିକାର ଶୁଭାରମ୍ଭ ପାଇଁ ଗଡ଼ିଚାଲିଛି ଶିକ୍ଷା ସଚେତନତା ରଥ ।ଛତ୍ରପୁର ବ୍ଳକରେ ଭ୍ରମଣ କରୁଥିବା ଏହି ରଥ ଶନିବାରଦିନ ସକାଳ ୧୦ଘଣ୍ଟିକା ସମୟରେ ସୁନ୍ଦରେଶ୍ଵର ଉଚ୍ଚବିଦ୍ୟାଳୟରେ ପହଞ୍ଚିଥିଲା ।ସୁନ୍ଦରପୁର ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ବାଣୀପ୍ରିୟା ମିଶ୍ର ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ସଚେତନତା ରଥକୁ ସ୍ଵାଗତ କରିଥିଲେ। ସହକାରୀ ଶିକ୍ଷୟତ୍ରୀ କଲ୍ୟାଣୀ ଦାସ ଶିଶୁଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବି.ଇ.ଓ ସାର୍ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢ଼ୀ ବିଦ୍ୟାଳୟର କିପରି ଉନ୍ନତି ହେବ ସେ ବିଷୟରେ ସରପଞ୍ଚ ଶ୍ରୀଯୁକ୍ତ ଗଗନ ବେହେରା ସାରଙ୍କ ସହ ଆଲୋଚନା କରିଥିଲେ। ସୁନ୍ଦରପୁର ସିଆର୍ ସିସି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ରପଣ୍ଡା ସାରଙ୍କ ସମେତ ଅନ୍ୟ ସିଆରସିସି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସେଠୀ, ଆଲୋକ ସେଠୀ ଓ ଜିତେନ୍ଦ୍ର ନାୟକ ଏବଂ ବିଦ୍ୟାଳୟର ସଭାପତି ପିତାମ୍ବର ମହାଙ୍କୁଡ ଉପସ୍ଥିତ ଥିଲେ।

You might also like
error: Content is protected !!